Only for Entertainment

ମୁକ୍ତିଲାଭ କଲା ଓଡିଆ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ର ପ୍ରଥମ ଟ୍ରେଲର୍ !

43

ଏକ ରୋମାଂଟିକ୍ – କମେଡି କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ । ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟା ରେ ବାୟା’ରେ ଦର୍ଶକ ଦୁଇ ଦୁଇଟି ଯୋଡିକୁ ଦେଖିବାକୁ ପାଇବେ । ସିଦ୍ଧାନ୍ତ ମହାପାତ୍ର ଓ ଝିଲକ୍ ଏବଂ ସ୍ୱରାଜ୍ ଓ ଏଲିନା । ସିନେମାର ଟ୍ରେଲର୍ ଏବେ ରିଲିଜ୍ ହୋଇଛି ।

ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ରୋମାଂଟିକ୍ – କମେଡି କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ କରାଯାଇଛି । ଫିଲ୍ମରେ ପ୍ରମୁଖ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର-ଝିଲିକ୍ ଭଟ୍ଟଚାର୍ଜୀ, ସ୍ୱରାଜ୍ ବାରିକ୍ ଓ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିବ । ଟ୍ରେଲରରେ ଦେଖିବାକୁ ମିଳିଛି ଷ୍ଟାର୍ମାନଙ୍କର ଜବରଦସ୍ତ କମେଡି ଆଉ ରୋମାଂଟିକ୍ ଗୀତର କିଛି କିଛି ଦୃଶ୍ୟ । ଏହି ଅପକମିଂ ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ମଳୟ ମିଶ୍ର ।

ବେଶ ମନଛୁଆଁ ଗୀତକୁ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା ସୀତାରାମ ଅଗ୍ରୱାଲ୍ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦଇଛନ୍ତି ସୁଶାନ୍ତ ମଣି । ୬ ଅକ୍ଟୋବରରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଦିସ୍ ଇଜ୍ ମାୟାରେ ବାୟା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More