Only for Entertainment

କାମ୍ୟା ପଂଜାବୀଙ୍କୁ କ୍ଷମା ମାଗିଲେ ଦେବୋଲିନା, କ’ଣ ସିଦ୍ଧାର୍ଥ ଏହାର କାରଣ?

75

ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ବ୍ୟାକ ଇଂଜୁରୀ କାରଣରୁ ନିଜ ଇଛାରେ ବିଗବସ ଘରୁ ବାହାରି ଯାଇଛନ୍ତି । ଘରୁ ବାହାରିବା ପରେ ଦେବୋଲିନା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି । ବିଗବସ ଘରେ ହେଉଥିବା କାର୍ଯ୍ୟକ୍ରମକୁ ନେଇ ଅଧିକାଂଶ ସମୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଗତ କିଛି ଦିନ ପୂର୍ବରୁ ଏକ ଟ୍ୱିଟରେ କାମ୍ୟା ପଂଜାବୀ ଓ ବିଦୁ ଦାରା ସିଂଙ୍କୁ ସିଦ୍ଧାର୍ଥଙ୍କ ପି.ଆର କୁହା ଯାଇଥିଲା । ଯାହାକୁ ଦେବୋଲିନା ଭଟ୍ଟାଚାର୍ଜୀ ଲାଇକ କରିଥିଲେ । ଏବେ ଏହି କଥାରେ ଅଭିନେତ୍ରୀ କାମ୍ୟାଙ୍କୁ କ୍ଷମା ମାଗିଛନ୍ତି ।

 

 

ଏହା ତ ସମସ୍ତେ ଜାଣନ୍ତିଯେ ସଂପୂର୍ଣ୍ଣ ଭାବରେ ହୃଦୟ ଖୋଲି କାମ୍ୟା ଏବଂ ବିଦୁ ଦାରା ସିଂ ସିଦ୍ଧାର୍ଥ ଶୁକ୍ଳାଙ୍କୁ ସପୋର୍ଟ କରନ୍ତି । ଦୁଇଜଣ ନିଜ ନିଜ ସୋଶାଲ ମିଡିଆ ଆକାଉଂଟରେ ସିଦ୍ଧାର୍ଥଙ୍କ ପାଇଁ କ୍ୟାମ୍ପେନ ଚଲାଉଛନ୍ତି । ଦେବୋଲିନା ଓ କାମ୍ୟା ଖୁବ ଭଲ ସାଙ୍ଗ । ଏହି ମଧ୍ୟରେ ଦେବୋଲିନା କହିଛନ୍ତିଯେ ଯେଉଁ ଟ୍ୱିଟରେ ସେ ଲାଇକ କରିଥିଲେ ତାହା ଭୁଲରେ ହୋଇ ଯାଇଥିଲା । ଏହାର ପ୍ରତିକ୍ରିୟାରେ କାମ୍ୟା ମଧ୍ୟ ଉତ୍ତର ଦେଇଛନ୍ତି । ଲେଖିଛନ୍ତି ଚିଲ ଡାର୍ଲିଂ, ତିନି ମାସର ଶୋ ଦ୍ୱାରା ଆମ ବନ୍ଧୁତାରେ କିଛି ଭିନ୍ନତା ଦେଖା ଦେବ ନାହିଁ । ଏହା ଗୋଟିଏ ଗେମ । କାହାକୁ ଭଲ ଲାଗେ ତ କାହାକୁ ନୁହେଁ । ଆମେ ଯେଉଁ ସମୟ ବିତାଇଛୁ ତାହା ଏହାଠାରୁ ଯଥେଷ୍ଟ ଅଧିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More