Only for Entertainment

ଗର୍ଭବସ୍ଥା ସମୟରେ ଭୁଲରେ ମଧ୍ୟ ପିଅନ୍ତୁ ନାହିଁ ଚା’ ! ରହିଛି ଗର୍ଭପାତର ଆଶଙ୍କା

lastampa
0 40

ଗର୍ଭବସ୍ଥା ସମୟରେ ମହିଳାଙ୍କ ମୁଖ୍ୟ ସମସ୍ୟା ହେଉଛି ସେ କ’ଣ ଖାଇବା ଆବଶ୍ୟକ ଏବଂ କ’ଣ ନାହିଁ । କାରଣ ମା’ ଯାହା ଖାଇଥାଏ ତାହା ପେଟରେ ଥିବା ଶିଶୁ ପାଖରେ ପହଁଚିଥାଏ । ସେଥିପାଇଁ କିଛି ଜିନିଷ ଠାରୁ ଦୂରରେ ରହିବା ଆବଶ୍ୟକ ଯାହା ଶିଶୁ ପ୍ରତି ହାନିକାରକ । ଡାକ୍ତର ମଧ୍ୟ ଗର୍ଭବସ୍ଥା ସମୟରେ ହେଲଦି ଫୁଡ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

ଗର୍ଭାବସ୍ଥାରେ ଅଧିକ ଚା’ ଏବଂ କଫି ପିଇବା ମା’ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଚା’ ଏବଂ କଫି ଗର୍ଭପାତ ପରି ବଡ ସମସ୍ୟାର କାରଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ଗର୍ଭବସ୍ଥାରେ ଚା’ ଏବଂ କଫି ପିଇବାର ଅପକାରୀତା ।

image.

ଚା’ ଏବଂ କଫରେ କ୍ୟାଫିନ ନାମକ ଏକ ତତ୍ୱ ରହିଥାଏ । ଏହା ଭୃଣ ଉପରେ ଖରାପ ପ୍ରଭାବ ପକାଇଥାଏ । ଗର୍ଭବସ୍ଥା ସମୟରେ ମହିଳାମାନେ ପାଉଡର କଫି, ଫିଲ୍ଟର କଫି ଠାରୁ ଦୂରରେ ରହିବା ଆବଶ୍ୟକ । କାରଣ କଫିରେ ଅଧିକ ମାତ୍ରାରେ କ୍ୟାଫିନ ରହିଥାଏ ।

ପ୍ରତ୍ୟେକଦିନ କଫି ପଇବା ଦ୍ୱାରା ଗର୍ଭପାତର ଆଶଙ୍କା ବଢିଯାଇଥାଏ । ଏହା ବ୍ୟତିତ ଶିଶୁର ଓଜନ କମ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

Pregnant

ଗର୍ଭାବସ୍ଥାରେ ବ୍ଲାକ ଟି ଠାରୁ ମଧ୍ୟ ଦୂରରେ ରୁହନ୍ତୁ । ଏହା ସହିତ ଗ୍ରିନ ଟି ମଧ୍ୟ ପଅନ୍ତୁ ନାହିଁ । ଏହା ମା ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଯଦି ଆପଣ ଚା’ କିମ୍ବା କଫି ପଇବା ପାଇଁ ଚାହୁଁଚନ୍ତି ତେବେ ୨୦୦ ମିଲିଗ୍ରାମରୁ ଅଧିକ ପିଅନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More