Only for Entertainment

ଦଙ୍ଗଲ ଗର୍ଲ ବବିତାଙ୍କୁ କ୍ଷମା ମାଗିଲେ ସନି ଦେଓଲ

kanaklifestyle
240

ହରିୟାଣାରେ ୯୦ଟି ବିଧାନସଭା ସିଟରେ ମତଦାନ ଜାରି ରହିଛି । ୨୪ ଅକ୍ଟୋବରକୁ ଫଳାଫଳ ଆସିବ । କେତେକ ସେଲିବ୍ରିଟୀ ଆଶାୟୀ ପ୍ରାର୍ଥୀ ମଧ୍ୟ ରହିଛନ୍ତି । ଏହି ମଧ୍ୟରେ ଅଛନ୍ତି ଦଙ୍ଗଲ ଗର୍ଲ ବବିତା ଫୋଗଟ । ବବିତା ହରିୟାଣାର ଦାଦରୀ ବିଧାନସଭା ସିଟରୁ ନିର୍ବାଚନ ଲଢୁଛନ୍ତି । କିନ୍ତୁ ଏହି ମଧ୍ୟରେ ବବିତା ଫୋଗଟଙ୍କୁ କ୍ଷମା ମାଗିଛନ୍ତି ବଲିଉଡ ଅଭିନେତା ବା ଗୁରୁଦାସପୁର ଭାଜପା ସାଂସଦ ସନି ପାଜୀ ।

 

ଟ୍ୱିଟ କରି ସନି ଦେଓଲ ଲେଖିଛନ୍ତି, ଜାହାଜର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭଉଣୀ ବବିତାର ରୋଡ ଶୋ’ରେ ପହଂଚି ପାରିନଥିବାରୁ କ୍ଷମା ମାଗୁଛି ଏବଂ ମୋ ତରଫରୁ ଖୁବ ସାରା ଶୁଭକାମନା । ତେବେ ଉତ୍ତରରେ ବବିତା ଲେଖିଛନ୍ତିଯେ ଜରୁରୀ ନୁହେଁଯେ କେବଳ ସାକ୍ଷାତ କଲେ ସଂପର୍କ ରହିଥାଏ, ହୃଦୟରେ ପ୍ରେମ ଓ ସମ୍ମାନ ରହିବା ଆବଶ୍ୟକ ।ଏହା ଦ୍ୱାରା ସଂପର୍କ ମଜବୁତ ରହିଥାଏ । ଭାଇ ଆପଣଙ୍କୁ କୌଣସି ପ୍ରକାରର କ୍ଷମା ମାଗିବା ଆବଶ୍ୟକ ନାହିଁ । ଆପଣଙ୍କ ଠାରୁ ଯେଉଁ ପ୍ରେମ ଓ ଆଶୀର୍ବାଦ ମିଳିଛି ତାହା ଏହି ସାନ ଭଉଣୀ ଉପରେ ସବୁବେଳେ ରହିଥାଉ । ଆପଣଙ୍କ ଏହି ବାର୍ତ୍ତା ମୋ ପାଇଁ ଆଶୀର୍ବାଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More