Only for Entertainment

ମାତୃଦିବସ ଅବସରରେ ବିଗ ବିଙ୍କ ନିଆରା ଭେଟି, ଦେଖନ୍ତୁ !

46

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କିଛି ବଡ ଅବସରରେ ଆଗକୁ ଆସି ନୂଆ ନୂଆ ଭେଟି ଦେଇ ଉଦାହରଣ ସାଜିଥାଆନ୍ତି । ନିକଟରେ ମାତୃ ଦିବସ ଅବସରରେ ସେ ଏକ ନୂଆ ଗୀତ ରେକର୍ଡ କରିଛନ୍ତି ମହାନାୟକ । ଟ୍ୱିଟର ମାଧ୍ୟମରେ ବିଗବି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ଗୀତ ମା’ ଜରିଆରେ ଅମିତାଭ ସଂସାରର ପ୍ରତି ମାକୁ ପ୍ରଣାମ ଜଣାଇଛନ୍ତି । ଗୀତଟି ଖୁବ ହୃଦୟ ଛୁଆଁ  । ଏହି ଗୀତର ଲିଙ୍କ ସେୟାର କରି ବିଗ୍ ବି ଲେଖିଛନ୍ତି କି, କାଲି ମାତୃ ଦିବସ । ସୂଜୀତ ସରକାରଙ୍କ ରଚନା ଆଧାରରେ ଏହା ଏକ ଛୋଟ ଶ୍ରଦ୍ଧାଞ୍ଜଳୀ । ଅର୍ଜୁନ ଗର୍ଗଙ୍କ ସଙ୍ଗୀତ, ତାଙ୍କ ପୁଅଙ୍କ ସ୍ୱର, ପୂନୀତ ଶର୍ମାଙ୍କ କଥା ଏବଂ ମୋ ସ୍ୱର ।

ଏହି ଇମୋଶନାଲ ଗୀତ ଏକ ନୋଟ ସହ ସମାପ୍ତ ହେଉଛି । ଯେଉଁଥିରେ ଲେଖା ଅଛି କି, ତୁମ ଆଜ ଭି ମେରେ ପାସ ହୋ … ମା । ଏହାକୁ ଜି କମ୍ପାନୀ ବ୍ୟାନର ତଳେ ରିଲିଜ୍ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More