୨ ଓ ୩ ତାରିଖରେ ବିଦେଶୀ ବାବୁ ନିକ ଏବଂ ପ୍ରିୟଙ୍କାଙ୍କ ବିବାହ ପ୍ରଥମେ କ୍ୟାଥଲିକ ଏବଂ ପରେ ହିନ୍ଦୁ ରୀତି ନୀତିରେ ଅନୁଷ୍ଠିତ ହୋଇ ସାରିଛି ।ଆଜି ଦିଲ୍ଲୀରେ ଏହି ଯୋଡ଼ି ରିସେପସନ ପାର୍ଟି ଦେବେ ।ସବୁଠାରୁ ଖାସ କଥା ହେଉଛି ବିବାହରେ ବିଦେଶୀ ଅତିଥି ମାନେ ଖୁବ ମଜା ମସ୍ତୀ କଲେ ।ଏହି ମଧ୍ୟରେ ଜୋତା ଚୋରାଇବା ବିଧି ହେଲା ।ଜୋତା ଚୋରାଇଥିଲେ ନିକଙ୍କ ଶାଳୀ ପ୍ରିୟଙ୍କା । ଜାଣନ୍ତିକି ପରିଣୀତି କେତେ ଟଙ୍କା ମାଗିଲେ ।
ପ୍ରଥମେ ଏକ ଇଂଟରଭ୍ୟୁରେ ପରିଣୀତି କହିଥିଲେଯେ ସେ ତାଙ୍କୁ ଭିଣୋଇଙ୍କୁ ଏଥିପାଇଁ ୪୭ କୋଟି ମାଗିବେ । ମିଡିଆ ରିପୋର୍ଟ ଅନୁସାରେ ଜୋତା ଫେରାଇବା ପାଇଁ ପରିଣୀତି ୫ ଲକ୍ଷ ଟଙ୍କା ମାଗିଥିଲେ ।ଖବର ମୁତାବକ ବିବାହ ପରେ ନିକ ପତ୍ନୀ ପ୍ରିୟଙ୍କାଙ୍କ ପାଇଁ ପ୍ରେମଭରା କଥା କହିଲେ ଯେଉଁଥିରେ ପ୍ରିୟଙ୍କାଙ୍କ ଆଖି ଲୁହରେ ଭିଜିଗଲା ।