Only for Entertainment

ଫେସବୁକରେ ମହିଳା ବନ୍ଧୁଙ୍କ ଆପତିଜନକ ଫଟୋ ଛାଡ଼ି ବିବାଦରେ ଓଡ଼ିଆ ଏହି ହାସ୍ୟ ଅଭିନେତା ।

facebook
0 65

ଫେସବୁକରେ ଆପତିଜନକ ପୋଷ୍ଟକୁ ନେଇ ବିବାଦରେ ଅଭିନେତା-ବାଳକୃଷ୍ଣ । ଛୋଟ ପରଦାରୁ ବଡ ପରଦା ଯାଏଁ ପହଂଚିଥିବା ଏହି ହାସ୍ୟ ଅଭିନେତା ଜଣେ ଯୁବତୀଙ୍କ ସହ ବିତାଇଥିବା କିଛି ଅର୍ନ୍ତରଙ୍ଗ ମୂହୁର୍ତର ଚିତ୍ରକୁ ଫେସବୁକରେ ଛାଡି, ଏବେ ବିବାଦ ଘେରକୁ ଚାଲି ଆସିଛନ୍ତି । କମେଡି କଳାକାରଙ୍କ ଏଭଳି ଟ୍ରାଜେଡି କାହାଣୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ପରଦାରେ ନିଜ କମେଡି ଜରିଆରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରି ଦେଉଥିବା ଏହି ଅଭିନେତାଙ୍କ ଜୀବନରେ ହୁଏତ ଆସିବାକୁ ଯାଉଛି ଏକ ବଡ ଧରଣର ଟ୍ରାଜେଡି । କାରଣ ଅଭିନେତା ବାଳକୃଷ୍ଣ ନାୟକ, ଫେସବୁକରେ ଏମିତି କିଛି ପୋଷ୍ଟ କରିଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରିବାରେ ଲାଗିଛି । ଜଣେ ମହିଳା ବନ୍ଧୁଙ୍କ ସହ ବିତିଥିବା କିଛି ଅର୍ନ୍ତରଙ୍ଗ ମୂହୁର୍ତର ଚିତ୍ରକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ଏକ ବଡ ବିବାଦକୁ ନିମନ୍ତ୍ରଣ ଦେଇଛନ୍ତି ଏହି ଅଭିନେତା ।

ବାଳକୃଷ୍ଣ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି-ଭାବୁଥିଲି ଓଡ଼ିଶାକୁ ନିଜ କମେଡିରେ ହସାଇବି ବୋଲି କିନ୍ତୁ ମୋ ନିଜ ବ୍ୟକ୍ତିଗତ ଜୀବନଟା କମେଡି ହୋଇଗଲା । ଏହା ମୋ ଭଳି ସବୁ ନିରୀହ ଯୁବକଙ୍କ ପାଇଁ । ନିଜ ଇଜ୍ଜତକୁ ବି ତଳେ ପକାଇ ଏହି ପୋଷ୍ଟ କରିଛି । ପରିସ୍ଥିିତି ଏହା କରିବାକୁ ବାଧ୍ୟ କଲା । ମୋ ବାପା-ମା’ଙ୍କ ସ୍ୱପ୍ନକୁ ପୁରଣ କରିପାରିଲି ନାହିଁ ଏହି ଝିଅ ପାଇଁ । ମୋତେ କ୍ଷମା କରିଦେବେ ସମସ୍ତେ । ମୁଁ ଜାଣିଛି ଏହି ପୋଷ୍ଟ ପରେ ମୁଁ ଗିରଫ ବି ହୋଇପାରେ । କାରଣ ଏଠି ସବୁ ନ୍ୟାୟ ଝିଅଙ୍କ ସପକ୍ଷରେ ଯାଏ ।

odia actor

ଯେଉଁ ଝିଅଙ୍କ ସଂପର୍କରେ ଏହି ପୋଷ୍ଟଟି କରିଛନ୍ତି ଏହି ଅଭିନେତା, ତାଙ୍କ ସହ ପ୍ରେମ ସଂପର୍କରେ ଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି । ଆଉ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହ ସଂପର୍କରେ ଥିଲେ ସୁଦ୍ଧା ସେ ଅନ୍ୟ ପିଲାଙ୍କ ସହ ଅନୈତିକ ସଂପର୍କ ରଖୁଛନ୍ତି । ଯାହା ତାଙ୍କୁ ବାଧ୍ୟ କରିଥିଲା ଏଭଳି ପୋଷ୍ଟ କରିବା ପାଇଁ । ଆପଣଙ୍କ ମନେ ଥିବ ବାଳକୃଷ୍ଣ ହେଉଛନ୍ତି ସେହି ଅଭିନେତା ନିକଟ ଅତୀତରେ ଗୋଟିଏ ଫିଲ୍ମରେ ବି ସେ ଅଭିନୟ କରିଥିଲେ । ଯାହାର ଟାଇଟଲ୍ ଥିଲା-କ’ଣ କଲା ସେ । ଆଉ ଆଜି ବାଳକୃଷ୍ଣଙ୍କ ପୋଷ୍ଟ ଦେଖିଲା ପରେ ଅନେକ କହୁଛନ୍ତି- କ’ଣ କଲା ସେ ।

ସୋସିଆଲ ମିଡିଆରେ ଆପତିଜନକ ପୋଷ୍ଟ କରିବା ପାଇଁ ବାରଣ ଥିବା ବେଳେ ଏନେଇ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।ଏନେଇ କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ଆଡଭାଇଜାରୀ ଜାରି କରା ଯାଇଥିଲା । ଏଭଳି ସ୍ଥିତିରେ ଜଣେ ଯୁବତୀଙ୍କ ସଂପର୍କରେ ଏପରି ପୋଷ୍ଟ କରିବା କେତେଦୂର ଗ୍ରହଣୀୟ ତାହା ଆଗାମୀ ସମୟ ହିଁ ଜବାବ୍ ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More