Only for Entertainment

ପରଦାରେ ଅଭିନୟ ପରଶି ଦର୍ଶକଙ୍କୁ ମନୋରଂଜନ ଯୋଗାଉଥିବା ଏହି ଅଭିନେତା ପାଲଟିଛନ୍ତି ଜଣେ ସଫଳ ଦୁଗ୍ଧ ଚାଷୀ

37

ପରଦାରେ ଅଭିନୟ ପରଶି ଦର୍ଶକଙ୍କୁ ମନୋରଂଜନ ଯୋଗାଉ ଥିବା ଅଭିନେତା ପାଲଟିଛନ୍ତି ଜଣେ ସଫଳ ଦୁଗ୍ଧ ଚାଷୀ । ଏହି ଅଭିନେତା ଜଣକ ହେଲେ ଅଶୋକ ଦାସ । ଟିଭି ଓ ପରଦାରେ ଅଭିନୟ ପରଶୁଥିବା ଏହି ଅଭିନେତା ଜଣକ ଗୋପାଳନ କରି ଏବେ ଜଣେ ସଫଳ ଦୁଗ୍ଧ ଚାଷୀ ହୋଇ ପାରିଛନ୍ତି ।

ଅଭିନେତାରୁ ଦୁଗ୍ଧ ଚାଷୀ । ଗୋପାଳନ କ୍ଷେତ୍ରରେ ନିଆରା ଯୋଗଦାନ । ସକାଳ ହେଲେ ଓଲିଉଡ୍ ଅଭିନେତା ଅଶୋକ ଦାସଙ୍କ ଘର ଆଗରେ ଜମେ ଲୋକଙ୍କ ଭିଡ । ତେବେ ଏହି ଭିଡ ଜମେ ଅଶୋକ ଦାସଙ୍କ ଘରୁ କ୍ଷୀର ନେବା ପାଇଁ । କାରଣ ଜଣେ ସଫଳ ଅଭିନେତା ହେବା ସହ ଜଣେ ସଫଳ ଦୁଗ୍ଧ ଚାଷୀ ଭାବେ ନିଜ ଅଂଚଳରେ ପ୍ରତିଷ୍ଠିତ ହୋଇପାରିଛନ୍ତି ଅଶୋକ ଦାସ । ଅଭିନୟ ପେଶାରୁ ସମୟ କାଢି, ଗୋପାଳନ କ୍ଷେତ୍ରରେ ମନୋନିବେଶ କରିଥିଲେ ଅଶୋକ । ଆଉ ଆଜି ତାଙ୍କର ରହିଛି ଏକ ସ୍ୱତନ୍ତ୍ର ଗାଇ ଫାର୍ମ । ଦିନକୁ ୩୦୦ ଲିଟର କ୍ଷୀର ତାଙ୍କ ଗାଇ ଫାର୍ମରୁ ବାହାରିଥାଏ । ଆଉ ଏହି କ୍ଷୀରକୁ କୌଣସି ସଂସ୍ଥା କି ବ୍ୟବସାୟୀକୁ ଦେବା ବଦଳରେ ସିଧାସଳଖ ଲୋକଙ୍କୁ ବିକ୍ରି କରିଥାନ୍ତି ଅଶୋକ ଦାସ । ପ୍ରତ୍ୟେକ ଦିନ ସକାଳ ସାଢେ ୬ଟା ଓ ସନ୍ଧ୍ୟା ସାଢେ ୬ଟାରେ ତାଙ୍କ ଘରେ ବିକ୍ରି ହୁଏ କ୍ଷୀର ।

ଅଭିନୟ ସହ ଗୋପାଳନକୁ ପ୍ରାଧାନ୍ୟ ଦେଇ ଜଣେ ସଫଳ ଦୁଗ୍ଧ ଚାଷୀ ହୋଇପାରିଛନ୍ତି ଅଶୋକ ଦାସ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାରେ ରହିଛନ୍ତି । ଅନୁଗୁଳ ସହର ଅମଲାପଡା ଠାରେ ରହିଛି ତାଙ୍କର ଘର । ଯେଉଁଠି ସେ ଖୋଲିଛନ୍ତି ନିଜ ଡ୍ୟାରି ଫାର୍ମ ।

ତେବେ ୧୯୯୨ ମସିହାରୁ ଓଡିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପନ୍ତି ଅଶୋକ ଦାସ । ପ୍ରତିଶୋଧ ଏକ ଅପରାଧ ନୁହେଁ, ସନ୍ତାନ, ବ୍ୟାଚେଲର, ଏସିପି ସାଗରିକା ଭଳି ସିନେମା ସହ ଲୋକପ୍ରିୟ ଧାରାବାହିକ ‘କଥା କହୁଥିଲେ ସରିବନି’ରେ ନିଖୁଣ ଅଭିନୟ ଭେଟିଦେଇଛନ୍ତି ଅଶୋକ ଦାସ । ବାପା ଗୋପିନାଥ ଦାସଙ୍କ ଇଚ୍ଛାକୁ ପ୍ରାଧାନ୍ୟ ଦେଇ ଗୋପାଳନ କ୍ଷେତ୍ରରେ ମନୋନିବେଶ କଲେ ଅଶୋକ ଦାସ । ଆଉ ଏବେ ୫୦ଟି ଗାଈଙ୍କୁ ନେଇ ଦୁଗ୍ଧ ଚାଷ କରୁଛନ୍ତି । ଏହାସହ ୧୦ରୁ ଅଧିକ ଲୋକଙ୍କୁ କାମଦେଇ ରୋଜଗାର କ୍ଷମ କରିପାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More