Only for Entertainment

ରଣବୀର ଏବଂ ଆଲିୟାଙ୍କ ସମ୍ପର୍କ ହେଲା ପକ୍କା, ଫଟୋ ଶେୟାର କରି ମା ନିତୁ କପୂର ଦେଲେ ଏହାର ପ୍ରମାଣ !

NDTV Khabar
0 35

ବଲିଉଡ ଅଭିନେତା ତଥା ଚକଲେଟ ହିରୋ ରଣବୀର କପୂରଙ୍କର ଆଜି ୩୬ତମ ଜନ୍ମଦିବସ । ସୋସିଆଲ ମିଡିଆରେ ରଣବୀର କପୂରଙ୍କ ଫ୍ୟାନ୍ସ ଏବଂ ପ୍ରଶଂସକ ଅନେକ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି । ୨୮ସେପ୍ଟେମ୍ବରରେ ୧୯୮୨ ମୁମ୍ବାଈରେ ଜନ୍ମ ହୋଇଥିବା ରଣବୀର କପୂର ବଂଶ ସହ ଜଡିତ । କପୂର ବଂଶ ଅନେକ ବର୍ଷରୁ ଏହି ଇଣ୍ଡଷ୍ଟ୍ରି ସହ ଜଡିତ । ପିତା ଋଷି କପୂର ଏବଂ ମା’ ନିତୁ କପୂର ତାଙ୍କୁ ସ୍ନେହରେ ଡବୁ ଡାକନ୍ତି ।

ପୂରା ଦୁନିଆ ଶୁଭେଚ୍ଛା ଜଣାଉଥିବା ବେଳେ ମା’ ନିତୁ କପୂର ଫଟୋ ଶେୟାର କରି ମେସେଜ କରିଛନ୍ତି । ଏହି ଫଟୋରେ ରଣବୀର କପୂର, ନୀତୁ କପୂର ବ୍ୟତୀତ ଆଲିୟା ଭଟ୍ଟ ଏବଂ ଆଲିୟାଙ୍କ ମା ସୋନୀ ରାଜଦାନ ମଧ୍ୟ ନଜର ଆସିଛନ୍ତି । ନୀତୁ ଫଟୋ ଶେୟାର କରି ଲେଖିଛନ୍ତି ଯେ ହାପି ବର୍ଥଡେ ମୋ ବନ୍ଧୁ , ଫିଲୋସଫର ଏବଂ ମାର୍ଗଦର୍ଶକ । ତୁମକୁ ଅନେକ ଭଲ ପାଇବା ଏବଂ ଅନେକ ଶୁଭେଚ୍ଛା ।

ଏହି ଫଟୋ ସାମ୍ନାକୁ ଆସିଲା ପରେ ଏହା ପରିଷ୍କାର ଜଣା ପଡିଛି ଯେ ରଣବୀର କେବଳ ତାଙ୍କ ବର୍ଥଡେ ପରିବାର ସହ ମନାଇଛନ୍ତି । ଏହାସହ ଜଣା ପଡିଛି ଯେ ଆଲିୟାଙ୍କ ପରିବାର ସହ ମଧ୍ୟ ସମ୍ପର୍କ ନିପଟତର ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More