Only for Entertainment

ରଜ ଅବସରରେ ପରଦାକୁ ଆସିବ ଫୋର ଇଡିଅଟ୍ସ ।

youtube
0 62

ଓଡିଆ ଦର୍ଶକଙ୍କୁ ଏଂଟର୍ଟେନ୍ କରିବା ପାଇଁ ଜି ସାର୍ଥକ ଓ ଅକ୍ଷୟ ପରିଜା ବ୍ୟାନରରେ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ଫୋର୍ ଇଡିଅଟ୍ସ । ନିକଟରେ ଏହି ଅପକମିଂ ସିନେମାର ଘୋଷଣା କରାଯାଇଛି । ପ୍ରଯୋଜକ ଅକ୍ଷୟ ପରିଜା ଫୋର୍ ଇଡିଅଟ୍ସର ପୋଷ୍ଟର୍ ଲଂଚ କରିବା ସହ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି । ଫିଲ୍ମରେ ଫୋର୍ ଇଡିଅଟ ହୋଇ ପରଦାକୁ ଓହ୍ଲାଇବେ ଅଭିନେତା ସବ୍ୟଶାଚୀ ମିଶ୍ର, ଆକାଶ ଦାସନାୟକ, କୁନା ତ୍ରିପାଠୀ ଓ ପପୁ ପମ୍ ପମ୍ ।

4idiot,1

ଏହି ୪ ଜଣ ଇଡିଅଟ୍ସଙ୍କ ସହ ୪ ଜଣ ପ୍ରିନ୍ସେସ ବି ପରଦାରେ ଦେଖାଇବେ ନିଜ ଜଲୱା । ସବ୍ୟଶାଚୀଙ୍କ ବିପକ୍ଷରେ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଆକାଶଙ୍କ ବିପକ୍ଷରେ ପୁନମ, କୁନା ତ୍ରିପାଠୀଙ୍କ ବିପକ୍ଷରେ ଚାନ୍ଦିନୀ ଏବଂ ପପୁଙ୍କ ବିପକ୍ଷରେ ଅଭିନେତ୍ରୀ ଲିପ୍ସାଙ୍କୁ ଦେଖିବାକୁ ମିଳିବ । ପ୍ରତ୍ୟେକ ଅଭିନେତ୍ରୀ ଏହି ଅବସରରେ ନଜର ଆସିଥିଲେ । ସଭିଏଁ ନିଜ ନିଜ ଚରିତ୍ରକୁ ନେଇ ଏକ୍ସାଇଟେଡ୍ ଥିବା କହିଛନ୍ତି ।

Capture

ମସ୍ତ କମେଡି କାହାଣୀକୁ ନେଇ ଚଳଚ୍ଚିତ୍ର ଫୋର୍ ଇଡିଏଟ୍ସ ପ୍ରସ୍ତୁତ ହେବାକୁ ଥିବାବେଳେ ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ବସନ୍ତ ସାହୁ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇବେ ପ୍ରେମ ଆନନ୍ଦ । ଜି ସାର୍ଥକ ପ୍ରଥମ ଅବଦାନ ଫିଲ୍ମ ଫୋର୍ ଇଡିଅଟ୍ସର ପ୍ରଯୋଜନା କରୁଛନ୍ତି ଅକ୍ଷୟ ପରିଜା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More