Only for Entertainment

ପ୍ଲାଷ୍ଟିକ ବ୍ୟାନ ପାଇଁ ଅଭିଯାନ କରିବେ ଏହି ଷ୍ଟାର ଦମ୍ପତ୍ତି ।

DNA India
0 47

ବଲିଉଡ ଦମ୍ପତି ଅଜୟ ଦେବଗନ ଏବଂ କାଜୋଲ ଏବେ ବିଭିନ୍ନ ସାମାଜିକ କାର୍ଯ୍ୟ ଯୋଗ ଦେଉଥିବା ଦେଖିବାକୁ ମୁଳୁଛି । ଗତବର୍ଷ ଅଜୟ ଦେବଗନ ସ୍ମାଇଲ ଫାଉଣ୍ଡେସନର ଗୁଡୱିଲ ଆମ୍ବାସାଡାର ଭାବେ କାର୍ଯ୍ୟ କରିଥିଲେ । ଏହି ଅନୁଷ୍ଠାନ ନାରୀ ଶିକ୍ଷାର ବିକାଶ ଏବଂ ନାରୀ ଶକ୍ତି କରଣ ପାଇଁ କାର୍ଯ୍ୟ କରେ ।

ଅନ୍ୟପକ୍ଷରେ କାଜୋଲ ବିଜ୍ଞାପନ ମାଧ୍ୟମରେ ସଚେତନା ସୃଷ୍ଟି ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । କାଜୋଲ ଏବଂ ଅଜୟଙ୍କୁ ଛୋଟ ପିଲାମାନଙ୍କ ପାଇଁ ସାବୁନ ଦ୍ୱାରା ହାତ ଧୋଇବା ବିଜ୍ଞାପନରେ ଦେଖିବାକୁ ମିଳିଥିଲା । ଏବେ ଏହି ତାରକା ଦମ୍ପତ୍ତି ମହାରାଷ୍ଟ୍ରରେ କରାଯାଇଥିବା ପ୍ଲାଷ୍ଟିକ ବ୍ୟାନ ଉପରେ ଅଭିଯାନ କରିବେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ମହାରାଷ୍ଟ୍ର ସରକାର ଜୁନ ୨୩ ପର୍ଯ୍ୟନ୍ତ ପ୍ଲାଷ୍ଟିକ ବ୍ୟବହାର ଉପରେ ରିହାତାଦେଶ ଜାରି କରିଛନ୍ତି । ଅଡୟ ଏବଂ କାଜୋଲ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ସରକାରଙ୍କୁ ସା୭ାତ କରିବେ ବୋଲି ଜଣାପଡିଛି । ସେହିପରି ପରିବେଶ ପ୍ରେମୀ ଏହି ଯୋଡି ବ୍ରିହାନମୁମ୍ବାଇ ମୁନିଲିପାଲ କର୍ପରେସନ ଦ୍ୱାରା କରାଯିବାକୁ ଥିବା ପ୍ଲାଷ୍ଟିକ ବିରୋଧୀ ଅଭିଯାନରେ ମଧ୍ୟ ସାମିଲ ରହିବେ ବୋଲି ସ୍ଥିର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More