Only for Entertainment

ଲେଡି ଗାଗାଙ୍କୁ ଭେଟିବା ପାଇଁ ଷ୍ଟେଜରେ ପହଁଚିଲା ଫ୍ୟାନ, କୋଳରେ ଉଠାଇବା ପରେ ହେଲା କିଛି ଏଭଳି, ଦେଖନ୍ତୁ ଭିଡିଓ

zee news
54

ଚଳିତ ବର୍ଷ ପପ ସୁପରଷ୍ଟାର ଲେଡି ଗାଗାଙ୍କୁ ‘ଏ ଷ୍ଟାର ଇଡ ୱାନ’ର ଶୈଲୋ ଗୀତ ପାଇଁ ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ଓସ୍କାର ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ସେବେଠାରୁ ଲେଡି ଗାଗା ଚର୍ଚ୍ଚାରେ ରହିଛନ୍ତି । ଏବେ ଲେଡି ଗାଗା ନିଜର ଆଉ ଏକ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି । ଲେଡି ଗାଗାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେହଉଥିବା ଲେଡି ଗାଗାଙ୍କ ଏହି ଭିଡିଓ ଏକ ଲାଇଭ କନସର୍ଟର ।

 

ଭିଡିଓରେ ଦେଖିବାକୁ ମିଳିଛି ଯେ, ଲେଡି ଗାଗା ଷ୍ଟେଜ ଶୋ’ କରୁଥିବା ବେଳେ ଜଣେ ଫ୍ୟାନ୍ସ ଷ୍ଟେଜରେ ଚଢି ତାଙ୍କୁ ଆଲିକଙ୍ଗନ କରି ପରେ କୋଳେଇ ନିଏ । କୋଳେଇ ନେବା ପରେ ଫ୍ୟାନ ଜଣଙ୍କ ଭାରସାମ୍ୟ ହରାଇ ଗାଗାଙ୍କୁ ଧରି ଷ୍ଟେଡରୁ ଗଳିପଡୁଛି । ଭିଡିଓରେ ଗଳିପଡିବା ପରେ ଲେଡି ଗାଗା କହୁଛନ୍ତି ସବୁ କିଛି ଠିକ ଅଛି । ଏହା ପରେ ସେ ଫ୍ୟାନ ଜଣଙ୍କୁ ଷ୍ଟେଜକୁ ଡାକନ୍ତି ଏବଂ ଆଲିଙ୍ଗନ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More