ଟୋଟାଲ ଧମାଲ ଗୀତରେ ଇଂଟରନେଟରେ ନିଆଁ ଲଗାଇଲେ ନଜର ମେଗା ଧାରାବାହିକର ଏହି ଦୁଇ ଅଭିନେତ୍ରୀ ।
ଷ୍ଟାରପ୍ଲସରେ ପ୍ରସାରିତମେଗା ଧାରାବାହିକ ନଜରର ଅଭିନେତ୍ରୀ ମୋନାଲିସା ଏବଂ ନିୟତି ଫତନାନୀ ଡ୍ୟାନ୍ସ ମୁଭ୍ସରେ ଇଂଟରନେଟରେ ନିଆଁ ଲଗାଇ ଦେଇଛନ୍ତି । ଏହି ଦୁଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଟୋଟାଲ ଧମାଲର ମୁଙ୍ଗଡ଼ା ଗୀତରେ ଡ୍ୟାନ୍ସ କରିଥିବାର ନଜର ଆସିଛନ୍ତି । କ୍ୟାପ୍ସନରେ ମୋନାଲିସା ଲେଖିଛନ୍ତିଯେ ଗୀତକୁ ଶୁଣିବା ପରେ ଆମେ ଆଉ ନିଜକୁ ରୋକି ପାରିଲୁ ନାହିଁ । ତେଣୁ ଏଥିପାଇଁ ସୁଟିଂରୁ ନିଶ୍ଚିତ ଭାବରେ ସମୟ ବାହାର କରିବା କଥା ଭାବିଲୁ ।
କହିରଖୁଛୁଯେ ଏବେ ମୋନାଲିସା ଧାରାବାହିକ ନଜରରେ ଡାହାଣୀ ଚରିତ୍ରରେ ଅଭିନୟ କରୁଛନ୍ତି ଏବଂ ନିୟତି ଏକ ଦେବୀଙ୍କ ଅଂଶ ଭାବରେ ନଜର ଆସୁଛନ୍ତି । ଏହା ପୂର୍ବରୁ ମୋନାଲିସା ବିଗବସ ୧୦ରେ ନଜର ଆସିଥିଲେ । ନଜର ଏକ କାଳ୍ପନିକ ଧାରାବାହିକ ।