Only for Entertainment

ଚଳିତ ବର୍ଷ ବିଦେଶ ମାଟିରେ ନୁହେଁ ଭାରତର ଏହି ସହରରେ ହେବ IIFAର ଧୁମ୍

Koimoi
194

ଚଳିତ ବର୍ଷ ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ପୁରଷ୍କାର (IIFA) ବିଦେଶ ମାଟିରେ ନୁହେଁ ବରଂ ଭାରତରେ ଆୟୋଜନ କରାଯିବ । ଜୋହାନ୍ସବର୍ଗ, ମୈଡ୍ରିଡ, ଦୁବାଇ, କଲମ୍ବୋ, ନ୍ୟୁୟର୍କ ସହର ପରେ ଏଥର ଆଇଫାର ୨୦ତମ ସଂସ୍କରଣ ମୁମ୍ବାଇରେ ଆୟୋଜିତ କରାଯିବ । ଖବର ଅନୁସାରେ ଏହି ଆୱାର୍ଡ ସନ୍ଧ୍ୟା ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ।

ବିଜକ୍ରାଫ୍ଟ ଇଣ୍ଟରନ୍ୟାସନାଲର ସଂସ୍ଥାପକ ନିର୍ଦ୍ଦେଶକ ଆନ୍ଦ୍ରେ ଟିମିଂସ୍ ଏହା ବିଷୟରେ ସୂଚନା ଦେଇ କହିଛନ୍ତି, ‘ଆଇଫା (IIFA)କୁ ଭାରତ ଫେରେଇ ଆଣିବାକୁ ଆମର ସ୍ୱପ୍ନ ଥିଲା । ଏଥର ଆମେ ଏହାକୁ ବଲିଉଡର ଘର ମୁମ୍ବାଇରେ ଆୟୋଜିତ କରିବା ପାଇଁ ଚିନ୍ତା କରିଛୁ । ସମସ୍ତଙ୍କର ଆଶା ରହିଛି ବିଦେଶରେ ଆୟୋଜନ କରାଯାଉଥିବା ବେଳେ ଲୋକମାନଙ୍କର ଆଇଫା ପ୍ରତି ଯେତେ ଉତ୍ସାହ ଦେଖାଯାଏ, ସେତିକି ଉତ୍ସାହ ଏଠାରେ ମଧ୍ୟ ରହିବ ।’

କହିରଖୁଛୁ ଯେ, ଇଣ୍ଟରନ୍ୟାସନାଲ ଇଣ୍ଡିୟାନ ଫିଲ୍ମ ଆୱାର୍ଡ (IIFA)ର ଆରମ୍ଭ ୨୦୦୦ ମସିହାରେ ହୋଇଥିଲା । ଏହା ପରେ ଏହାକୁ ୧୬ଟି ସହରରେ ଆୟୋଜନ କରାଯାଇଛି । ମୁମ୍ବାଇରେ ଆଇଫା ଆୱାର୍ଡ ଆୟୋଜନକୁ ନେଇ ଟିମିଂସ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଇଫାକୁ ନେଇ ମହାରାଷ୍ଟ୍ର ସରକାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଜବରଦସ୍ତ ରେସ୍ପନ୍ସ ମିଳିବାରେ ଲାଗିଛି ।’ ଏହି ଖବର ଆସିବା ପରେ ଫିଲ୍ମ ଦୁନିଆରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More