Only for Entertainment

କପିଲଙ୍କ ଶୋ’ରେ ହେବ ଟ୍ରିପଲ ଧମାଲ, ଯେତେବେଳେ ଏକ ହେବେ ୩ଜଣ ଆଇକନିକ ଖଳନାୟକ !

27

କମେଡିଆନ କପିଲ ଶର୍ମା ଶୋ’ ଏବେ ଖୁବ ଚହଳ ପକାଉଛି । ଶୋ’ରେ ଆଗାମୀ ଏପିସୋଡ ଧୁଆଁଧାର ହେବାକୁ ଯାଉଛି । ଶୋ’ରେ ବଲିଉଡର ଆଇକୋନିକ ଖଳନାୟକ କମେଡି ତଡକା ଲଗାଇବେ ।
କପିଲଙ୍କ ଶୋ’ରେ ରଂଜିତ , ଗୁଲସନ ଗ୍ରୋବର ଏବଂ କିରଣ କୁମାର ଚାରଚାନ୍ଦ ଲଗାଇବେ । ନିକଟରେ ଏହି ଶୋ’ ସେଟରୁ କିଛି ଫଟୋ ସାମ୍ନାକୁ ଆସିଛି ।

କପିଲଙ୍କ ଶୋରେ ଇଣ୍ଡଷ୍ଟ୍ରିରେ ଥିବା ଏହି ପପୁଲାର ଖଳାନାୟକ ମସ୍ତି ମଜାକ କରିବେ । ଫଟୋରେ ରଂଜିତ କପିଲ ଶର୍ମାଙ୍କୁ ଗୁପଚୁପ ଖୁଆଉଥିବାର ନଜର ଆସିଛନ୍ତି ।

ଶୋ’ରେ ଗୁଲସନ ଗ୍ରୋବର ନିଜ ସହ ଥିବା କଳାକାର ଡିମ୍ପଲ କପାଡିଆ, ନସିରୁଦ୍ଦିନ ଶାହ, ସନି ଦେଓଲ ଏବଂ ଚଙ୍କି ପାଣ୍ଡେଙ୍କ ସିକ୍ରେଟ ଶେୟାର କରିଥିଲେ । କେବଳ ସେତିକି ନୁହେଁ ଚଙ୍କି ପାଣ୍ଡେଙ୍କୁ ରିୟଲ କଂଜୁସ ମଧ୍ୟ କହିଥିଲେ । ସେ କହିଛନ୍ତି ଯେ ଚଙ୍କି ପାଣ୍ଡେଙ୍କ ବିବାହ ମଧ୍ୟ କେହି ସ୍ପନ୍ସର କରିଥିଲେ । ଏହିଭଳି ରୋମାଂଚଭରା ବିଷୟ ଶୁଣିବାକୁ ମିଳିବ ଏହି ଏପିସୋଡରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More