Only for Entertainment

ମୁଠାଏ ଡାଳିମ୍ବ ଦାନା ନେଲା କୁନି ପିଲାର ଜୀବନ, ହସିବାରୁ ଗଳାରେ ଅଟକି……

the lallantop
253

ଫରିଦାବାଦ ଦିଲ୍ଲୀ ନିକଟରେ । ଏଠାର ସେକ୍ଟର ୩୦ରୁ ଆସିଛି ଏକ ଖବର । ବହୁତ ଦୁଃଖଦାୟକ ଘଟଣା । ଦୁଃଖର କଥା ହେଉଛି ଡାଳିମ୍ବ ଦାନା ପାଇଁ ଏକ ହସଖୁସିର ପରିବାର ଭାଙ୍ଗିରୁଜି ଚୁରମାର ହୋଇଗଲା । ସମସ୍ତଙ୍କ ମୁହଁର ହସ ଯେମିତି ବିଧାତା ଛଡ଼ାଇ ନେଲା । ଆଜ୍ଞା ହଁ ଡାଳିମ୍ବ ଦାନା ପାଇଁ ଏକ ୩ ବର୍ଷର କୁନି ପିଲାର ଜୀବନ ଚାଲିଗଲା ।

ଏନବିଟିର ରିପୋର୍ଟ ଅନୁସାରେ ଡେଭିଡ ବୈସଲା ତାଙ୍କ ପରିବାର ସହିତ ଫରିଦାବାଦରେ ରୁହନ୍ତି । ତାଙ୍କ ପତ୍ନୀଙ୍କ ନାମ ପୁନମ । ଦୁଇଜଣଙ୍କର ୩ଟି ପିଲା ଥିଲେ । କିନ୍ତୁ ଏବେ ମାତ୍ର ଦୁଇଟି । କାରଣ ଶ୍ୱାସନଳୀରେ ଡାଳିମ୍ବ ଦାନା ଫସିଯିବାରୁ ତାଙ୍କ କୁନି ପିଲାଟିର ମୃତ୍ୟୁ ହୋଇଯାଇଛି ।

ଘଟଣା ୧୮ ସେପ୍ଟେମ୍ବରର । ଡେଭିଡ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେ ସକାଳେ ଅଫିସ ବାହାରିଗଲେ । ତାଙ୍କ ଭଉଣୀ ମଧ୍ୟ ଘରକୁ ଆସିଥିଲେ । ପିଲାମାନେ ଖେଳୁଥିଲେ । ସେହି ସମୟରେ ଡେଭିଡଙ୍କ ଭଉଣୀ ମିନାକ୍ଷୀ ପିଲାଙ୍କ ସାମ୍ନାରେ ଡାଳିମ୍ବ ଛଡ଼ାଇ ରଖିଲେ । ୟଶିକା ଖେଳୁ ଖେଳୁ ମୁଠାଏ ଡାଳିମ୍ବ ଦାନା ନେଇ ଖାଇଦେଲେ । ଏହାପରେ ଖେଳରେ ହସୁ ହସୁ ତାଙ୍କ ନିଃଶ୍ୱାସ ନେବାରେ ସମସ୍ୟା ହେଲା । ଏହାପରେ ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ୟଶିକାଙ୍କର ମୃତ୍ୟୁ ହୋଇଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More