Only for Entertainment

ପୁଣିଥରେ ପରଦାରେ କମାଲ କରିବେ ଏହି ରିଅଲ ଲାଇଫ କପଲ !

Hindustan Times
147

ଅଭିନେତ୍ରୀ ଦିଶା ପଟାନୀ ଓ ଟାଇଗର ଶ୍ରଫ୍‍ ମିଡିଆ ଆଗରେ ଯେତେ ଲୁଚାଇଲେ ମଧ୍ୟ ଦୁହିଁଙ୍କର ପ୍ରେମ ସମ୍ପର୍କ କାହାକୁ ଅଛପା ହୋଇ ରହିନାହିଁ । ଉଭୟ କେବଳ ପରସ୍ପରର ବେଷ୍ଟଫ୍ରେଣ୍ଡ ବୋଲି କହୁଥବା ବେଳେ ଦୁହିଁଙ୍କ ବନ୍ଧୁଙ୍କ କହିବା କିନ୍ତୁ କିଛି ଅଲଗା । ବିଭିନ୍ନ ପାର୍ଟି ଏବଂ ଫ୍ୟାସନ୍‍ ସୋ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । ନିକଟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା ନିର୍ଦ୍ଦେଶକ ମୋହିତ ସୁରିଙ୍କ ଅଫିସ୍‍ ବାହାରେ ।

କୁହାଯାଉଛି ଯେ, ଦୁହିଁଙ୍କୁ ନିଜର ଆଗାମୀ ଫିଲ୍ମ ପାଇଁ ସାଇନ୍‍ କରିଛନ୍ତି ମୋହିତ୍‍ । ଉଭୟଙ୍କୁ ‘ଏକାଠି ବାଗୀ-୨’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଦିଶା ପଟ୍‍ନୀ ମୋହିତ୍‍ ସୁରୀଙ୍କ ନିର୍ଦ୍ଦେଶିତ ଅପକମିଂ ଫିଲ୍ମ ‘ମଲଙ୍ଗ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ଆଦିତ୍ୟ ରୟ କପୁର ହିରୋ ଭୂମିକାରେ ଆସୁଥିବା ବେଳେ ଅନିଲ କପୁର, କୁନାଲ ଖେମୁଙ୍କୁ ମଧ୍ୟ ଦେଖିବାକୁ ମିଳିବ । ‘ମଲଙ୍ଗ’ ବ୍ୟତୀତ ଦିଶାଙ୍କ ପାଖରେ ଅନ୍ୟ କୌଣସି ଫିଲ୍ମ ନାହିଁ ।

tiger_disha_0

ନିକଟରେ ମୁକ୍ତିଲାଭ କରିଥିବା ଦିଶାଙ୍କ ‘ଭାରତ’ ଫିଲ୍ମ  ପରଠାରୁ ଦିଶା ଦେଖିଚାହିଁ ଫିଲ୍ମ ସାଇନ୍‍ କରୁଛନ୍ତି । ସେହିଭଳି ଟାଇଗରଙ୍କ ଆଗାମୀ ଫିଲ୍ମ ‘ୱାର୍‍’ ଆସନ୍ତା ମାସ ଅକ୍ଟୋବର ୨ରେ ରିଲିଜ୍‍ କରିବ । ଏହାବ୍ୟତୀତ ଟାଇଗର ୨ ଅକ୍ଟୋବର ୨୦୨୦ରେ ମୁକ୍ତିଲାଭ ଅପେକ୍ଷାରେ ଥିବା ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ରାମ୍ବୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସେହିଭଳି ୬ ମାର୍ଚ୍ଚ ୨୦୨୦ରେ ମୁକ୍ତିଲାଭ କରିବାକୁ ଥିବା ଅହମଦ୍‍ ଖାନ୍‍ଙ୍କ ନିର୍ଦ୍ଦେଶିତ ‘ବାଘି-୩’ରେ ଟାଇଗର ସାରା ଅଲ୍ଲୀ ଖାନ୍‍, ଶ୍ରଦ୍ଧା କପୁର ଓ ରିତେଶ୍‍ ଦେଶମୁଖଙ୍କ ସହ ସ୍କ୍ରୀନ୍‍ ସେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More