Only for Entertainment

ଜେଲରୁ ମୁକୁଳିଲେ ଟାଇଗର । ଛାଡ଼ିପାରିବେ ନାହିଁ ଦେଶ ।

news18
0 51

କୋର୍ଟରୁ ଜାମିନ ମିଳିବା ପରେ ସଲମାନ ଖାନଙ୍କୁ ଯୋଦ୍ଧପୁର ଜେଲରୁ ମୁକ୍ତ କରାଯାଇଛି । ପରିବାର ଏବଂ ବଡିଗାର୍ଡ଼ଙ୍କ ସହିତ ଗାଡ଼ିର ଲମ୍ବା ଲାଇନରେ ସଲମାନ ଜେଲ ମଧ୍ୟରୁ ବାହାରି ଯାଇଛନ୍ତି । ସଲମାନଙ୍କ ଜେଲରୁ ବାହାରିବାକୁ ନେଇ ତାଙ୍କର ଏକ ଝଲକ ଦେଖିବା ପାଇଁ ଫ୍ୟାନ୍ସଙ୍କ ଭିଡ଼ ଜମିଛି । ସୂଚନା ମୁତାବକ ସଲମାନ ଜେଲରୁ ସିଧାସଳଖ ଏୟାରପୋର୍ଟ ଯିବେ । ସେଠାରୁ ସେ ଏକ ଚାର୍ଟାଡ଼ ପ୍ଲେନରେ ଯୋଦ୍ଧପୁରରୁ ଯିବେ ।

ସଲମାନଙ୍କ ଆଗାମୀ ଶୁଣାଣୀ ମେ ୭ରେ ହେବ । କୋର୍ଟର ବିନା ଅନୁମତିରେ ସଲମାନ ଦେଶ ବାହାରକୁ ଯାଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲିର ଶୁଣାଣୀ ପରେ ନିଷ୍ପତ୍ତିକୁ ସୁରକ୍ଷିତ ରଖା ଯାଇଥିଲା । ଶୁଣାଣୀ ଖୁବ ଶୀଘ୍ର ଆସିବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । କାରଣ ସଲମାନଙ୍କ ଶୁଣାଣୀ କରିଥିବା ଜଜ୍ଙ୍କ ସମେତ ୮୭ ଜଜ୍ଙ୍କୁ ଟ୍ରାନ୍ସଫର କରିଦିଆଗଲା । ତେବେ ଶୁଣାଣୀ ଆସିବା ପାଇଁ ବିଳମ୍ବ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଶେଷରେ ସମସ୍ୟାର ସମାଧାନ ହୋଇଛି ଏବଂ ସଲମାନଙ୍କୁ ଜାମିନ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More