Only for Entertainment

ରିଲିଜ ହେଲା ଫିଲ୍ମ ୱାର’ର ଟ୍ରେଲର, ଦେଖିବାକୁ ମିଳିଲା ଟାଇଗର-ହ୍ରିତିକଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନ !

86

ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫ ଯେତେବେଳେ ଏକା ସହ କୌଣସି ଫିଲ୍ମରେ ଅଛନ୍ତି , ତେବେ ଆକ୍ସନର ଓଭରଡୋଜ ମିଳିବ ନିଶ୍ଚୟ । ଫ୍ୟାନ୍ସ ଏହି ଦୁଇ ଅଭିନେତାଙ୍କୁ ଏକାସହ ଦେଖିବା ସ୍ୱପ୍ନ ପୂରଣ ହୋଇଛି । ତେବେ ଆକ୍ସନ ଏବଂ ଆଡଭେଂଚରରେ ଭରା ଫିଲ୍ମ ‘ୱାର’ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଏହି ଫିଲ୍ମ ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ଦିନ ରିଲିଜ ହେବାକୁ ଯାଉଛି ।

ଏହି ଫିଲ୍ମ ବଡ ସ୍କେଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ରିଲିଜ ହେବ । ବିଦେଶର ଅନେକ ସୁନ୍ଦର ଲୋକେସନରେ ଏହି ଫିଲ୍ମର ସୁଟିଂ ହୋଇଛି । ସିନେମାଟୋଗ୍ରାଫି ଏତେ କମାଲ ହୋଇଛି ଯେ ଫିଲ୍ମର ଗୋଟେ ଗୋଟେ ଦୃଶ୍ୟ ଦର୍ଶକଙ୍କ ମନକୁ ଜିତି ପାରିବ ବୋଲି ଆଶା କରାଯାଉଛି । ଫିଲ୍ମ ‘ୱାର’ ୭ଟି ଭିନ୍ନ ଭିନ୍ନ ଦେଶ ଏବଂ ୧୫ଟି ବିଶ୍ୱ ସହରରେ ସୁଟ କରାଯାଇଛି ।

ଏହି ଫିଲ୍ମରେ ହ୍ରିତିକ ଏବଂ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଯେଉଁକାରଣରୁ ନିର୍ମାତା ୪ଜଣ ନିର୍ଦ୍ଦେଶକ ହାୟର କରିଥିଲେ । ୟଶରାଜ ବ୍ୟାନରର ଏହି ଫିଲ୍ମରେ ଦୁହେଁ ଦୁହିଁଙ୍କ ସହ ଲଢୁଥିବାର ନଜର ଆସିବେ । ଛୁଟିଦିନରେ ରିଲିଜ ହେଉଥିବା ଫିଲ୍ମ ‘ୱାର’ ୫ଦିନରେ ଏଳ୍ସଟେଂଡେଂଡ ଓପନିଂ ୱିକେଣ୍ଡ ମିଳିବ । କହିବା ଭୂଲ ହେବ ନାହିଁ ଯେ ଏହି ଫିଲ୍ମ ୨୦୧୯ର ସବୁଠାରୁ ବଡ ଓପନର ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More