Only for Entertainment

ବାଗୀ୨’ ପରେ ଟାଇଗର ଶ୍ରଫ ଆଉ ଏକ ବ୍ଲକବାଷ୍ଟର ପାଇଁ ହେଉଛନ୍ତି ପ୍ରସ୍ତୁତ ।

youtube
0 46

ଟାଇଗର ଶ୍ରଫଙ୍କ ଫିଲ୍ମ ‘ବାଗୀ୨’ ରିଲିଜ ହେବା ପୂର୍ବରୁ ସାଜିଦ ନଡିୟାଡବାଲା ‘ବାଗୀ୩’ର ଘୋଷଣା କରି ଦେଇଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ସ୍କ୍ରିପ୍ଟରେ କାମ ଆରମ୍ଭ କରି ସାରିଲେଣି । ରିପୋର୍ଟ ମୁତାବକ ଫିଲ୍ମ ପାଇଁ ଟାଇଗର ଶ୍ରଫ ସିରିଆରେ ଯାଇ ତାଲିମ ନେବେ । ଫିଲ୍ମର କିଛି ଭାଗ ସୁଟିଂ ଖାଡି ଦେଶରେ କରାଯିବ ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏହେମଦ ଖାନ ଚାହୁଁଛନ୍ତି ବାଗୀ୩’ପାଇଁ ଟାଇଗର ଭାରୀ ହତିଆର ସହ ଟ୍ରେନିଂ ନିଅନ୍ତୁ । ଫିଲ୍ମ ପାଇଁ ରିସର୍ଚ କରି ଏହେମଦ ଖାନଙ୍କୁ ଜଣା ପଡିଛି ଯେ ସିରିଆରେ ଏହିଭଳି ଅନେକ ଟ୍ରେନିଂ କ୍ୟାମ୍ପ ରହିଛି । ଟାଇଗର ଚଳିତ ବର୍ଷ ସିରିଆ ଯାଇ ହତିଆର ଚଳାଇବା ଟ୍ରେନିଂ ନେବେ, ଯେଭଳି କି ଏମ୧୬, ଏଟି୪ ଏବଂ ରକେଟ ଲଂଚର୍ସ ।

ଆସନ୍ତା ମାସରେ ବାଗୀ୩ରେ ଟାଇଗରଙ୍କ ବିପକ୍ଷରେ ଅଭିନୟ କରିବା ପାଇଁ ଅଭିନେତ୍ରୀ ଘୋଷଣା କରିବେ ବୋଲ ସାଜିଦ ନଡିୟାଡବାଲା କହିଛନ୍ତି । ଏବେ ସ୍କ୍ରିପ୍ଟକୁ ନେଇ କାର୍ଯ୍ୟ ଚାଲିଛି । ସୂତ୍ରରୁ ଅନୁମାନ ଲଗାଯାଉଛି ଯେ ବାଗୀ୩’ରେ ଦିଶା ପଟାନୀଙ୍କୁ ହିଁ ସାଇନ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More