Only for Entertainment

କାହିଁକି ମିଡିଆକୁ ଦେଖି ଦୌଡ଼ିଲେ ଟାଇଗର ସ୍ରଫ?

YOUTUBE
0 34

ଟାଇଗର ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଟାଇଗରଙ୍କ ସହ ରୋମାନ୍ସ କରିବେ ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ । ତେବେ କୌଣସି କାମରେ ଟାଇଗର ବାହାରକୁ ଯାଉଥିବା ବେଳେ ତାଙ୍କୁ ଏୟାରପୋର୍ଟରେ ସାମ୍ବାଦିକମାନେ ଘେରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାମ୍ବାଦିକମାନେ ପାଖକୁ ଆସିବା ପୂର୍ବରୁ ଟାଇଗର ଦୌଡ଼ିବାକୁ ଲାଗିଥିଲେ । ଯାହାକୁ ଦେଖିବା ପରେ ଉପସ୍ଥିତ ଲୋକ ଏବଂ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ହଠାତ୍‌ ଟାଇଗରଙ୍କର  କ’ଣ ହେଲା ବୋଲି ସମସ୍ତେ ଭାବୁଥିବା ବେଳେ ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା ।

tiger-shroff_1523115236
ଟାଇଗର୍‌ଙ୍କ ଏୟାରପୋର୍ଟରେ ପହଞ୍ଚିବା ବିଳମ୍ବ ହେବାରୁ ତାଙ୍କ ବିମାନ ଉଡ଼ାଣର ସମୟ ହୋଇ ଯାଇଥିଲା । ଟିକେ ବିଳମ୍ବ ହୋଇଥିଲେ ସେ ଆଉ ବିମାନରେ ଚଢ଼ି ପାରି ନ ଥାନ୍ତେ । ଯାହା ପାଇଁ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ସେ ଦୌଡ଼ିବା ଆରମ୍ଭ କରିଥିବା ଜଣାପଡ଼ିଛି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More