Only for Entertainment

ଇଣ୍ଡଷ୍ଟ୍ରୀରେ ଆକ୍ସନ ହିରୋ ଭାବେ ପରିଚିତ ଟାଇଗର, କିନ୍ତୁ ଅସଲ ଜୀବନରେ ଏପରି

dna
39

ବଲିଉଡ ଅଭିନେତା ଟାଇଗର ଶ୍ରଫ ଆଜି ନଜର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଟାଇଗରଙ୍କ ଜନ୍ମ ୨ ମାର୍ଚ୍ଚ ୧୯୯୦ରେ ମୁମ୍ବାଇରେ ହୋଇଥିଲା । ଟାଇଗର ନିଜ କ୍ୟାରିଅରର ଆରମ୍ଭ ‘ହିରୋପନ୍ତି’ ଫିଲ୍ମରୁ କରିଥିଲେ । ଫିଲ୍ମରେ ତାଙ୍କ ଅପୋଜିଟରେ କୃତି ସେନନ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ କମାଲ କରିନଥିଲା । ଏହା ପରେ ଟାଇଗରଙ୍କ ଫିଲ୍ମ ‘ବାଗୀ-୨’ ବକ୍ସ ଅଫିସରେ କମାଲ କରିଥିଲା । ଏହି ଫିଲ୍ମ ୧୫୫ କୋଟି କଲେକ୍ସନ କରିଥିଲା ।

ଇଣ୍ଡଷ୍ଟ୍ରୀରେ ଟାଇ ଗର ଆକ୍ସନ ହିରୋ ଭାବେ ଜଣା ଶୁଣା । ଫିଲ୍ମରେ ଖତରନାକ ଷ୍ଟଣ୍ଟ କରୁଥିବା ଟାଇଗର ଅସଲ ଜୀବନରେ ବହୁତ ଡରୁଆ । ଟାଇଗରଙ୍କୁ ସାପ, ଝିଟିପିଟି ଏବଂ ବିଛାକୁ ଖୁବ ଡରିଥାନ୍ତି । ଟାଇଗର ଏହି କଥାକୁ ନିଜେ ସ୍ୱିକାର କରିଛନ୍ତି । ସେଥିପାଇଁ ଟାଇଗରଙ୍କୁ ବାଗୀର ସୁଟିଂ ସମୟରେ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।

ଟାଇଗର ନିକଟରେ କଫି ୱିଥ କରଣରେ ଖୁସଲା କରିଥିଲେ ଯେ, ଆଜି ମଧ୍ୟ ସେ ନିଜ ମମ୍ମୀଙ୍କ ସହିତ ଶୋଇଥାନ୍ତି । ଏହା ସହିତ ସେ ହରର ଫିଲ୍ମକୁ ଦେଖି ମଧ୍ୟ ଡରିଥାନ୍ତି । ଏହା ସହିତ ଆଉଟ ଡୋର ସୁଟିଂ ସମୟରେ ଟାଇଗରଙ୍କ ସହିତ ତାଙ୍କ ୟୁନିଟ ସବୁବେଳେ ସାଥିରେ ରହିଥାନ୍ତି । ସେ ହୋଟେଲରେ ସନବୁଟାରୁ ଛୋଟ ରୁମରେ ଶୋଇଥାନ୍ତି ।

ଟାଇଗର ନା ମଦ ପିଅନ୍ତି ନା ସିଗାରେଟ ଟାଣନ୍ତି । କିନ୍ତୁ ପ୍ରେଫସନକୁ ନେଇ ତାଙ୍କୁ ସିଗାରେଟ ସହିତ ଫଟୋ ସୁଟ କରିବାକୁ ପଡିଥାଏ । ସେ ପ୍ରତ୍ୟେକ ଦିନ ରାଚି ୧୦ ଟାରେ ଶୋଇଥାନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ଟାଇଗର ଖୁବ ଶୀଘ୍ର ‘ଷ୍ଟୁଡେଣ୍ଟ ଅଫ ଦି ଇୟର-୨’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ତାରା ସୁତାରିଆ ଏବଂ ଅନନ୍ୟା ପାଣ୍ଡେ ନଜର ଆସିବେ । ଫିଲ୍ମ ୧୦ ମଇ ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More