Only for Entertainment

ଜବରଦସ୍ତ ହୋଇଛି ସଲୁ ମିଆଁଙ୍କ ଏହି ଗୀତରେ ଟାଇଗରଙ୍କ ଡ୍ୟାନ୍ସ !

INSTAGRAM
0 50

ଟାଇଗର ଶ୍ରଫ ନୂଆ ଜେନେରେସନର ଅଭିନେତାଙ୍କ ମଧ୍ୟରୁ ଖୁବ ଟ୍ୟାଲେଂଟେଡ ଏବଂ ପରିଶ୍ରମୀ ଅଟନ୍ତି । ନିଜ ଅଭିନୟ ବ୍ୟତୀତ ଡ୍ୟାନ୍ସରେ ମଧ୍ୟ ଦର୍ଶକଙ୍କ ମନ କିଣି ନିଅନ୍ତି । ଟାଇଗର ସୋସିଆଲ ଅକାଉଂଟରେ ନିଜର ଡ୍ୟାନ୍ସ ଭିଡିଓ ଶେୟାର କରନ୍ତି ।

ଗତ କିଛି ଦିନ ତଳେ ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁତିରେ ତାଙ୍କୁ ସଲମାନଙ୍କ ଗୀତ‘ତୁଝେ ଅକ୍ସା ବିଚ ଘୁମା ଦୁଁ’ରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଫିଲ୍ମରେ ତାରା ଏବଂ ଅନନ୍ୟା ଟାଇଗରଙ୍କ ମନ ଜିତିବା ପାଇଁ ଦୁହିଁଙ୍କ ମଧ୍ୟ କମ୍ପିଟ କରୁଥିବାର ନଜର ଆସିବେ ।

ଟାଇଗରଙ୍କ କାମକୁ କହିବାକୁ ଗଲେ ଟାଇଗର ‘ଷ୍ଟୁଡେଂଟ ଅଫ ଦ ଇୟର’ରେ ନଜର ଆସିବେ । ସେହିଭଳି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିୟା ଏହି ଫିଲ୍ମରେ ଏକାସହ ନଜର ଆସିବେ । ଖବର ମୁତାବକ ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ବରୁଣ ଧୱନ ମଧ୍ୟ ନଜର ଆସିପାରନ୍ତି । ପୁନୀତ ମଲହୋତ୍ରା ନିର୍ଦ୍ଦେଶିତ ଏହି ଫିଲ୍ମ ୨୩ନଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More