Only for Entertainment

ଦିଶା ଏବଂ ଟାଇଗରଙ୍କ ପାଇଁ ବିପଦ ହେଲେ ଫ୍ୟାନ୍ସ !

bollywoodlife
0 37

ରବିବାର ଦିନ ମୁମ୍ବାଇର ଏକ ରେସ୍ତୋରାଁରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଦିଶା ପାଟନୀଙ୍କ ସହ ଏକ ଦୁୁର୍ଘଟଣା ହେଉ ହେଉ ଅଟକି ଯାଇଛି । ଟାଇଗର ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଦିଶା ଏଭଳି ଫ୍ୟାନ୍ସଙ୍କ ଭିତରୁ ଭିଡରୁ ବାହାରିବା ତାଙ୍କ ପାଇଁ କାଠିକର ପାଠ ହୋଇଯାଇଥିଲା । ଆପଣ ଏହି ଫଟୋରୁ ପରିଷ୍କାର ଦେଖି ପାରୁଥିବେ ଏବଂ ଦିଶାଙ୍କୁ ଭିଡରୁ ବଂଚୁଥିବାର ଦେଖିବାକୁ ମିଳିଛି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ କିଛି ଦିନ ପୂର୍ବରୁ ଦିଶା ନିଜର ଫିଲ୍ମର ସୁଟିଂ ଶେଷ କରି ମୁମ୍ବାଇ ଫେରିଥିଲେ । ଏହାପରେ ସେ ଦୁହେଁ ଦୁହିଁଙ୍କ କିଛି ସମୟ ବିତାଇବା ପାଇଁ ବାହାରକୁ ଯାଇଥିଲେ । ମାତ୍ର ଏହି ଦୁହିଁଙ୍କୁ ଏକା ଦେଖି ପ୍ରଶଂସକଙ୍କ ଭିଡ ଲାଗି ରହିଥିଲା ଏବଂ ସେଲ୍ଫି ନେବା ଲାଗି ଭିଡ ହୋଇଯାଇଥିଲେ । ଟାଇଗର ଶ୍ରଫ ଲୋକଙ୍କ ଧକ୍କା ମୁକ୍କିରେ ବିରକ୍ତ ହୋଇଯିବା ବେଳେ ଦିଶା ଅନେକ କଷ୍ଟରେ ଭିଡରେ ମୁକୁଳି ଗାଡି ପର୍ଯ୍ୟନ୍ତ ପହଂଚିଥିଲେ ଏବଂ ଏହା ପରେ ଘରକୁ ଚାଲି ଯାଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଟାଇଗର ଶ୍ରଫ ଦିଶା ପାଟନୀଙ୍କ ସହ ‘ବାଗୀ୨’ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଖୁବ ଭଲ ରୋଜଗାର ମଧ୍ୟ କରିଥିଲା । ବାଗୀ୨’ର ସଫଳତା ପରେ ଏବେ ଦିଶା ଇଣ୍ଡଷ୍ଟ୍ରିରେ ବଡ ବଜେଟର ଡିମାଣ୍ଡ କରୁଛନ୍ତି । ଖବର ମିଳିଥିଲା ଦୁହେଁ ଏକ ବିଜ୍ଞାପନ ପାଇଁ ୫କୋଟି ଫିସ ମାଗିଥିଲେ । ମାତ୍ର ଏଯାଏଁ କିଛି ବିଜ୍ଞାପନରେ ଦୁହେଁ କାମ କରି ନାହାନ୍ତି । ମାତ୍ର ଖୁବ ଶୀଘ୍ର ଦୁହେଁ ଏକ ବିଜ୍ଞାପନରେ ନଜର ଆସି ପାରନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More