Only for Entertainment

ୱାଂଟେଡ-୨ରେ ସଲମାନଙ୍କ ସ୍ଥାନରେ ଏହି ହିରୋ କରିବେ ଅଭିନୟ ।

Catch News
0 53

୨୦୦୯ରେ ଆସିଥିବା ସଲମାନ ଖାନଙ୍କ ସୁପରହିଟ ଫିଲ୍ମ ‘ୱାଂଟେଡ’ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରି ପାରିଥିଲା । ଏହାପରେ ସଲମାନ ଖାନଙ୍କ ଫ୍ୟାନ ଚାହାନ୍ତି କି ୱାଂଟେଡର ସିକ୍ୱେଲ ପ୍ରସ୍ତୁତ କରାଯାଉ ଯାହାକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଏବେ ଏହା ଉପରେ ଖବର ଶୁଣିବାକୁ ମିଳିଛି ଯେ ସତରେ ୱାଂଟେଡର ସିକ୍ୱେଲ ଆସିବାକୁ ଯାଉଛି । ମାତ୍ର ସିକ୍ୱେଲରେ ଏକ ଟ୍ୱିଷ୍ଟ ରହିଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଶୁଣିବାକୁ ମିଳିଛି ଯେ ଏଥର ୱାଂଟଡର ସିକ୍ୱେଲରେ ସଲମାନ ନଜର ଆସିବେ ନାହିଁ ବରଂ ଏଥର ଏହି ଫିଲ୍ମରେ ଟାଇଗର ନଜର ଆସି ପାରନ୍ତି ।

୨୦୦୯ରେ ଏହି ଫିଲ୍ମ ବୋନୀ କପୁରଙ୍କ ଦ୍ୱାରା ନିର୍ଦ୍ଧେଶିତ ଏବଂ ପ୍ରଭୁ ଦେବାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏଥିରେ ସଲମାନ ଲିଡ ରୋଲରେ ନଜର ଆସିଥିଲେ । ଏହାର ସିକ୍ୱେଲରେ ଦର୍ଶକ ସଲମାନଙ୍କୁ ଦେଖିବାକୁ ଚାହାନ୍ତି ମାତ୍ର ରେସ-୩’ରେ ହୋଇଥିବା ସାକ୍ଷାତକାରରେ ସଲମାନ ସିଧା ସଳଖ ୱାଂଟେଡ ସିକ୍ୱେଲରେ ଅଭିନୟ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି ।

ଏହାପରେ ବୋନି କପୁର କହିଛନ୍ତି ୱାଂଟେଡ-୨ରେ ଏକ ସୁନ୍ଦର କାହାଣୀ ରହିଛି । ଯାହାକି ପରଦାରେ ଦେଖିବା ରୋମାଂଚକର ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More