Only for Entertainment

ଫିଲ୍ମ ପାଇଁ ଟାଇଗର ଶ୍ରଫ କଲେ କିଛି ଏଭଳି ସମର୍ପଣ. ଯାହା ତାଙ୍କୁ କାନ୍ଦିବା ପାଇଁ କଲା ବାଧ୍ୟ !

Amar Ujala
0 73

ଆକର୍ଷଣୀୟ ଚେହେରା ଏବଂ ଜବରଦସ୍ତ ଆକ୍ସନ ପାଇଁ ପରିଚିତ ଟାଇଗର ଶ୍ରଫଙ୍କୁ ଆପଣ କେବେ କାନ୍ଦିବାର ଦେଖିଛନ୍ତି କି ? ଆଜ୍ଞା ହଁ ନିକଟରେ ଟାଇଗରଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କାନ୍ଦୁଥିବାର ଦେଖବାକୁ ମିଳିଛି । ଆପଣ ଭାବୁଥିବା କ’ଣ ପାଇଁ ଟାଇଗର କାନ୍ଦିଲେ ? କିଏ ତାଙ୍କୁ କନ୍ଦାଇଲା ? ତେବେ ଆପଣଙ୍କୁ କହୁଛୁ ଟାଇଗରଙ୍କୁ କେଉଁ କଥା କାନ୍ଦିବା ପାଇଁ ବାଧ୍ୟ କଲା ।

ସୂଚନା ଅନୁସାରେ ଟାଇଗରଙ୍କୁ ତାଙ୍କ କେଶ ଖୁବ ପସନ୍ଦ । ତାଙ୍କର ଡେବ୍ୟୁ ଫିଲ୍ମ ‘ହିରୋପନ୍ତି’ରେ ସେ ଲମ୍ବା କେଶରେ ନଜର ଆସିଥିଲେ । କେବଳ ଏହା ନୁହେଁ ଟାଇଗର ତାଙ୍କର ପ୍ରତ୍ୟେକ ଫିଲ୍ମରେ ଲମ୍ବା କେଶ ସହିତ ନଜର ଆସିଥାନ୍ତି । କିନ୍ତୁ ‘ବାଗୀ-୨’ ପାଇଁ ତାଙ୍କ ଲୁକରେ ପରିବର୍ତ୍ତନ କରାଯାଇଛି । ଯାହା ଫଳରେ ଟାଇଗରଙ୍କୁ ତାଙ୍କ କେଶ କାଟିବାକୁ ପଡିଛି ।


ଫିଲ୍ମ ‘ବାଗୀ-୨’ର ମେକିଙ୍ଗ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଟାଇଗର ତାଙ୍କର କେଶ କାଟିବା ପାଇଁ ଯାଉଛନ୍ତି ଏବଂ ଏହା ପରେ ଦିଶା ପଟ୍ଟାନୀ ତାଙ୍କ ଲୁକକୁ ପ୍ରଶଂସା ମଧ୍ୟ କରୁଛନ୍ତି । ଚୁଟି କାଟିବା ପୂର୍ବରୁ ଟାଇଗର ନର୍ଭସ ଥିବା ଜଣାପଡୁଛନ୍ତି କିନ୍ତୁ ପରେ ନୂଆ ଲୁକ ତାଙ୍କୁ ମଧ୍ୟ ପସନ୍ଦ ଆସୁଛି ।

ଏହି ଭିଡିଓରେ ଫିଲ୍ମର ନିର୍ଦ୍ଦେଶକ ଅହମହ ଖାନ ଟାଇଗରଙ୍କୁ ନୂଆ ଲୁକ ପାଇଁ ପ୍ରସ୍ତୁତ କରାଉଛନ୍ତି । ଟାଇଗର କହିଛନ୍ତି ସେ ତାଙ୍କ ମେଣ୍ଟର ସାଜିଦ ନାଡିଆୱାଲା ଏବଂ ଅହମଦ ଖାନଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ । କିନ୍ତୁ ଟାଇଗର ଭିଡିଓ ଶେୟାର କରି ଲେଖିଥିଲେ ଚୁଟି କାଟିବା ସମୟରେ ମୁଁ ବହୁତ ଦୁଃଖୀ ଥିଲି ।

‘ବାଗୀ-୨’ ୩୦ ମାର୍ଚ୍ଚକୁ ରିଲିଜ ହେବ । ଏହା ଏକ ଆକ୍ସନରେ ଭରପୁର ଫିଲ୍ମ । ଫିଲ୍ମରେ ଟାଇଗରଙ୍କ ବ୍ୟତିତ ଦିଶା ପଟ୍ଟାନୀ, ମନୋଜ ବାଜପେୟୀ, ରଣଦୀପ ହୁଡ୍ଡା ଏବଂ ପ୍ରତୀକ ବବର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More