Only for Entertainment

ଦିଶାଙ୍କ ସହିତ ରିଲେସନସିପକୁ ନେଇ ଟାଇଗରଙ୍କ ବୟାନ, କହଲେ ଆମେ କେବଳ…

India Today
57

ଟାଇଗର ଶ୍ରଫ ଓ ଦିଶା ପଟାନୀଙ୍କ ଅଫେୟାର ସଂପର୍କରେ ସଭିଁଙ୍କୁ ଜଣା । ଏହି ଦୁଇ ସେଲିବ୍ ଗତ କିଛି ବର୍ଷ ହେବ ପରସ୍ପରକୁ କରୁଛନ୍ତି ଡେଟ୍ । ଦୁଇଜଣ ଅନେକ ସମୟରେ ଏକା ସାଙ୍ଗରେ ଦେଖା ବି ଯାଅନ୍ତି । ହେଲେ କେବେ ବି ଓପନଲି ନିଜ ସମ୍ପର୍କ ବିଷୟରେ କହିନାହାନ୍ତି ଏମାନେ । ହେଲେ ଏବେ ଦିଶାଙ୍କ ସହ ନିଜ ସମ୍ପର୍କର ଖୁଲାସା କରିଛନ୍ତି ଅଭିନେତା ଟାଇଗର୍ ।

ନିକଟରେ କରଣ ଜୋହର୍ଙ୍କ ଟକ୍ ଶୋ କଫି ୱିଥ୍ କରଣରେ ନିଜ ଅପକମିଂ ଫିଲ୍ମ ‘ଷ୍ଟୁଡେଂଟ୍ ଅଫ୍ ଦି ଇୟର’ର କୋ-ଷ୍ଟାର୍ ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆଙ୍କ ସହ ନଜର ଆସିଥିଲେ ଅଭିନେତା ଟାଇଗର୍ ଶ୍ରଫ । ଆଉ ଏହି ଟକ୍ ଶୋ’ରେ ଟାଇଗରଙ୍କୁ ଦିଶାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପଚାରିଥିଲେ କରଣ ଜୋହର୍ । ଲଂଚ୍ – ଡିନର୍ ଡେଟ୍ ଠାରୁ ଆରମ୍ଭ କରି ଦିଶାଙ୍କ ହ୍ୟାଣ୍ଡ ବାଗ୍ ଧରିବା ଯାଏ ଏପରି ଅନେକ ପ୍ରଶ୍ନ ଟାଇଗରଙ୍କୁ ପଚାରିଥିଲେ କରଣ । ହେଲେ ଏହି ପ୍ରଶ୍ନର ଉତ୍ତର କିଛି ଭିନ୍ନ ଶୈଳୀରେ ରଖିଥିଲେ ଟାଇଗର୍ ।

tiger-shroff-disha-patani

ଟାଇଗର୍ କହିଥିଲେ ଦିଶାଙ୍କ ହ୍ୟାଣ୍ଡବ୍ୟାଗ୍ ଧରିଲେ ସେ ଆହୁରି ବେଶି ହ୍ୟାଣ୍ଡସମ୍ ଲାଗୁଥିଲେ ସେଥିପାଇଁ ସେ ତାଙ୍କ ବ୍ୟାଗ୍ ଧରିଥିଲେ । କେବଳ ସେତିକି ନୁହେଁ ଟାଇଗର୍ ଏହା ମଧ୍ୟ କହିଥିଲେ, ଦିଶା ତାଙ୍କର ଜଣେ ଭଲ ବନ୍ଧୁ । ଇଣ୍ଡଷ୍ଟ୍ରୀରେ ତାଙ୍କର ବହୁତ କମ୍ କ୍ଲୋଜ୍ ସାଙ୍ଗ ଅଛନ୍ତି । ସେଥି ମଧ୍ୟରୁ ଦିଶା ଜଣେ । ଆଉ ନିଜ ସାଙ୍ଗଙ୍କ ସହ ଡିନର୍ ଓ ଲଂଚରେ ଯିବା କିଛି ଭୁଲ ନୁହେଁ । ଏଭଳି ଉତ୍ତର ରଖି ଟାଇଗର୍ ବେଶ ଚାଲାକିର ସହ କରଣଙ୍କ ପ୍ରଶ୍ନକୁ ଏଡାଇ ଦେଇଥିଲେ । ଟାଇଗର ଓ ଦିଶା ଗତ ତିନି ବର୍ଷ ହେବ ଡେଟ୍ କରୁଥିବା ବେଶ ଚର୍ଚ୍ଚା ହେଉଛି । ତେବେ ରିଲେସନସିପର ଖବରକୁ ଏମାନେ କେବେବି ସ୍ୱିକାର କରି ନାହାଁନ୍ତି । ତେବେ ଦେଖିବାକୁ ବାକି ରହିଲା – ଟାଇଗରଙ୍କ ବୟାନ୍ ସତ ହେଉଛି କି ମିଛ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More