ବଲିଉଡର ନୂଆ ଆକ୍ସନ ହିରୋ ଭାବେ ପରିଚିତ ଟାଇଗର ଶ୍ରଫ ଫିଲ୍ମରେ ନିଜର ଆକ୍ସନକୁ ନେଇ ଖୁବ ଚର୍ଚ୍ଚିତ । ତେବେ ଆକ୍ସନ ବ୍ୟତିତ ନିଜର ଜବରଦସ୍ତ ଡ୍ୟାନ୍ସ ପାଇଁ ମଧ୍ୟ ସେ ଖୁବ ଚର୍ଚ୍ଚାରେ ରହିଥାନ୍ତି । ନିକଚଟରେ ଟାଇଗରଙ୍କ ଏକ ଡ୍ୟାନ୍ସ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁ ଥିରେ ସେ ସମୁଦ୍ର କୂଳରେ ସାହିଦ କପୁରଙ୍କ ଗୀତ ଉର୍ବଶୀରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।
ଟାଇଗର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ସୋୟର କରିଛନ୍ତି । ଭିଡିଓକୁ ଏପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଭିଡିଓରେ ଟାଇଗରଙ୍କ ଡ୍ୟାନ୍ସ ଏବଂ ତାଙ୍କର ସର୍ଟଲେସ ଲୁକ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।
ଟାଇଗରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ବାଗୀ-୨ର ଅପୂର୍ବ ସଫଳତା ପରେ ମେକର୍ସ ବାଗୀ-୩ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଫିଲ୍ମର ପ୍ରଥମ ପୋଷ୍ଟରକୁ ନିକଟରେ ରିଲିଜ କରାଯାଇଥିଲା । ଫିଲ୍ମରେ ଟାଇଗରଙ୍କ ଅପୋଜିଟରେ ସାରା ଅଲ୍ଲୀ ଖାନ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି କିନ୍ତୁ ଏପର୍ଯ୍ୟନ୍ତ ତାହା ଫାଇନାଲ ହୋଇନାହିଁ ।