Only for Entertainment

ପୁଣି ନିଜ ଡ୍ୟାନ୍ସର ଜଲୱା ଭେଟି ଦେଇଛନ୍ତି ଅଭିନେତା ଟାଇଗର୍ ର୍ସଫ୍ ।

27

ଟାଇଗର୍ ଏବେ ଷ୍ଟୁଡେଂଟ୍ ଅଫ ଦି ଇୟର୍ – ଟୁ କୁ ନେଇ ବ୍ୟସ୍ତ ଥିବାବେଳେ, ଏହାର ପ୍ରଥମ ଭାଗ ର ରୋମାଂଟିକ୍ ଗୀତ ଇସ୍କ ବାଲା ଲଭରେ ଡ୍ୟାନ୍ସ କରିବାରେ ନଜର ଆସିଛନ୍ତି । ଇସ୍କ ବାଲା ଲଭ୍, ଷ୍ଟୁଡେଂଟ୍ ଅଫ୍ ଦି ଇୟରରେ ସ୍ଥାନ ପାଇଥିବା ସୁପରହିଟ୍ ଟ୍ରାକ୍ ।

ଆଉ ଏହି ଗୀତଟି ଦ୍ୱିତୀୟ ଭାଗରେ ବି ଶୁଣିବାକୁ ମିଳିବ ବୋଲି ଟାଇଗର୍ ଏହି ଭିଡିଓ ଜରିଆରେ ହିଂଟ୍ ଦେଇଛନ୍ତି । ଟାଇଗର ଶ୍ରଫ ବଲିଉଡର ସବୁଠାରୁ ଏନଜର୍ଟିକ ଷ୍ଟାରଙ୍କ ମଧ୍ୟରେ ତୁଳନୀୟ । ଏବେ ସେ ତାଙ୍କର ଆଗାମୀ ଫିଲ୍ମ ‘ଷ୍ଟୁଡେଂଟ ଅଫ ଇୟର୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ଗୀତରେ ରହର୍ସଲ କରୁ୍ଥିବାର ଏକ ଭିଡିଓ ଟାଇଗର ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ଏହି ଭିଡିଓକୁ ଦେଖି ଆପଣ ନିଶ୍ଚୟ ଅନୁମାନ ଲଗାଇପାରିବେ ଯେ ଖୁବ ଶୀଘ୍ର ଟାଇଗର ନିଜର ମତୁଆଲା ଅନ୍ଦାଜକୁ ନେଇ ପରଦାକୁ ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ ୨୦୧୨ରେ ଧର୍ମା ପ୍ରଡକ୍ସନ ଏହି ଫିଲ୍ମର ଫାଷ୍ଟ ପାର୍ଟ ଆସିଥିଲା । ଯାହା ପରଦାରେ ଖୁବ ଧମାଲ ମଚାଇଥିଲା । ଅନୁମାନ ଲଗାଯାଉଛି ଯେ ଏହା ନିଶ୍ଚୟ ଧମାଲ ମଚାଇବ । ଏଥିରେ ତାରା ସୁତାରୀୟା ଏବଂ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିବେ । ଅନନ୍ୟା ଟାଇଗରଙ୍କ ବିପକ୍ଷରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More