Only for Entertainment

ମାଇକେଲ ଜ୍ୟାକସନଙ୍କ ଜନ୍ମଦିନରେ ଟାଇଗର ଶ୍ରଫଙ୍କ ସ୍ପେଶାଲ ଟ୍ରିବ୍ୟୁଟ, ସେୟାର କଲେ ଡ୍ୟାନ୍ସ ଭିଡିଓ ।

instagram
0 17

‘କିଙ୍ଗ ଅଫ ପପ୍’ ନାମରେ ପ୍ରସିଦ୍ଧ ଆମେରିକୀୟ ସିଙ୍ଗର ମାଇକେଲ ଜ୍ୟାକସନଙ୍କ ଆଜି ଜନ୍ମଦିନ । ମାଇକେଲ ଜ୍ୟାକସନଙ୍କୁ ପୁରା ଦୁନିଆରେ ଅନେକ ବଡ ବଡ ସେଲିବ୍ରିଟି ଫଲୋ କରିଥାନ୍ତି । ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ ଅଭିନେତା ଟାଇଗର ଶ୍ରଫ । ଟାଇଗର ମାଇକେଲ ଜ୍ୟାକସନଙ୍କୁ ନିଜର ଗୁରୁ ବୋଲି ମାନିଥାନ୍ତି । ସେଥିପାଇଁ ମାଇକେଲ ଜ୍ୟାକସନଙ୍କ ଜନ୍ମଦିନରେ ଟାଇଗର ଶ୍ରଫ ଏକ ଭିଡିଓ ସେୟାର କରି ତାଙ୍କୁ ଟ୍ରିବ୍ୟୁଟ ଜଣାଇଛନ୍ତି ।

ସୋସିଆଲ ମିଡିଆରେ ଟାଇଗର ଶ୍ରଫ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଟାଇଗର ମାଇକେଲ ଜ୍ୟାକସନଙ୍କ ପରି ସୁଟବୁଟରେ ନଜର ଆସିଛନ୍ତି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, Happy birthday to the reason i do what i do ❤?

 

କହିରଖୁଛୁ ଯେ ଆଜି ମଧ୍ୟ ମାଇକେଲ ଜ୍ୟାକସନଙ୍କୁ ପୁରା ଦୁନିଆରେ କୋଟି କୋଟି ଲୋକ ଫଲୋ କରୁଛନ୍ତି । ତାଙ୍କର ଫେମସ ମୁନ ୱାକ୍ ହଉ କିମ୍ବା ତାଙ୍କର ବ୍ଲାକ ହ୍ୟାଟ ଏସବୁକୁ ଲୋକେ ଆଜି ମଧ୍ୟ ଖୁବ ପସନ୍ଦ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More