Only for Entertainment

କରଣ ଜୋହରଙ୍କ ଶୋ’ରେ ନଜର ଆସିବେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ର ଷ୍ଟାରକାଷ୍ଟ

insta pic of tigerjackieshroff
28

ଏବେ ଫିଲ୍ମ ସହିତ ଟିଭି ଶୋ’ର କ୍ରେଜ ମଧ୍ୟ ବଢିବାରେ ଲାଗିଛି । ଲୋକେ ଫିଲ୍ମ ସହିତ ଟିଭି ଶୋ’ଗୁଡିକୁ ଦେଖିବାକୁ ମଧ୍ୟ ପସନ୍ଦ କରୁଛନ୍ତି । ଗୋଟିଏ ପଟେ କପିଲଙ୍କ ଶୋ’ର ଟିଆରପି ଭଲ ଥିବା ବେଳେ ସୁନିଲ ଗ୍ରୋଭର ମଧ୍ୟ ପଛରେ ନାହାଁନ୍ତି । ସେହିପରି କକରଣ ଜୋହରଙ୍କ ଟକ ଶୋ’ମଧ୍ୟ ସୁପରହିଟ ରହିଛି । ଚଳିତ ସିଜିନରେ ଶୋ’ରେ ଅନେକ ବଡ ବଡ କଳାକାରଙ୍କୁ ଦେଖିବାକୁ ମିଳିଛି ।

ତେବେ ଏହି ସପ୍ତାହରେ କରଣଙ୍କ ଶୋ’ କଫି ୱିଥ କରଣରେ ନଜର ଆସିବେ ନୂଆ ଷ୍ଟୁଡେଣ୍ଟସ୍ । ଆଜ୍ଞା ହିଁ, ଆମେ କହୁଛୁ ଟଇଗର ଶ୍ରଫ, ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆଙ୍କ ବିଷୟରେ ଯେ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ରେ ନଜର ଆସିବେ । ଫିଲ୍ମର ରିଲିଜ ପୂର୍ବରୁ ଏହି ୩ ଷ୍ଟାରଙ୍କୁ କରଣଙ୍କ ଶୋ’ରେ ଏକାଠି ଦେଖିବାକୁ ମିଳିବ ।

 

View this post on Instagram

 

Exam time with our principal! @karanjohar @punitdmalhotra @tarasutaria__ @ananyapanday #koffeewithkaran

A post shared by Tiger Shroff (@tigerjackieshroff) on

ନିକଟରେ ଅନନ୍ୟା ଏବଂ ତାରା ନିଜ ନିଜ ସୋସିଆଲ ଆକାରଉଣ୍ଟରେ କରଣ ଏବଂ ଟାଇଗର ଶ୍ରଫଙ୍କ ସହିତ ଫଟୋ ପୋଷ୍ଟ ସେୟାର କରି ଏହି ବିଷୟରେ କହିଥିଲେ । ଫଟୋରେ ତାରା ଗୋଲଡେନ ଡ୍ରେସ ପିନ୍ଧିଥିବା ବେଳେ ଅନନ୍ୟା ବ୍ଲୁ ଆଉଟଫିଟରେ ନଜର ଆସିଥିଲେ । ସେହିପରି ଟାଇଗର ଏବଂ କରଣଙ୍କୁ ସୁଟ ବୁଟରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More