Only for Entertainment

ଇଂଟରନେଟରେ ଛାଇଲା ଦିବଙ୍ଗତ ଅଭିନେତ୍ରୀ ମଧୁବାଲାଙ୍କ ଅବିକଳ ଚେହେରାର ଯାଦୁ, ଦେଖନ୍ତୁ !

61

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ କାର୍ବନ କପିକୁ ନେଇ ଖବର ସବୁବେଳେ ଚର୍ଚ୍ଚାରେ ରହିଥାଏ । ନିକଟରେ ଫିଲ୍ମ ଗଲିବୟର ପ୍ରମୋଶନ ବେଳେ ଆଲିୟା ଭଟ୍ଟଙ୍କ ଭଳି ଦେଖାଯାଉଥିବା ଜଣେ ଝିଅ ଇଂଟରନେଟରେ ଭାଇରାଲ ହୋଇଥିଲେ । ତାଙ୍କ ଟିକଟକ ଭିଡିଓ ଖୁବ ଚର୍ଚ୍ଚାରେ ରହିଥିଲେ ଏବଂ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି ।

ସିନେମା ଜଗତରେ ଲକ୍ଷ ଲକ୍ଷ ସୁନ୍ଦର ଚେହେରା ଆସି ସାରିଛି ମାତ୍ର ୫୦ଦଶକର ମଧୁବାଲାଙ୍କୁ କେହି ମୁକାବିଲା କରି ପାରିବେ ନାହିଁ । କିନ୍ତୁ ନିକଟରେ ଜଣେ ନୂଆ ମଧୁବାଲାଙ୍କର ଏଂଟ୍ରି ହୋଇଛି । ସେ ଦିବଙ୍ଗତ ଅଭିନେତ୍ରୀ ମଧୁବାଲାଙ୍କ ଏତେମାତ୍ରାରେ ମେଳ ଖାଉଛନ୍ତି ଯେ ଏବେ ଇଂଟରନେଟର ସେନସେଶନ ପାଲଟିଛନ୍ତି ।

ଆଜ୍ଞା ହଁ ଏହି ନୂଆ ମଧୁବାଲାଙ୍କୁ ସମସ୍ତେ ଟିକଟକର ମଧୁବାଲା ବୋଲାଉଛନ୍ତି । କିନ୍ତୁ ତାଙ୍କର ଅସଲ ନାଁ ପ୍ରିୟଙ୍କା କତ୍ପବାଲ ଅଟେ । ସେ ଅନେକ ସମୟରେ ମଧୁବାଲାଙ୍କ ପୁରୁଣା ଗୀତରେ ଭିଡିଓ ଶେୟାର କରନ୍ତି । ପ୍ରିୟଙ୍କା ଅନ୍ଦାଜ ଏବେ ଟିକଟକ ନୁହେଁ ବରଂ ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପ୍ରିୟଙ୍କାଙ୍କ ଅନ୍ଦାଜ ଏବଂ ତାଙ୍କ ଏକ୍ସପ୍ରେସନ ସମସ୍ତଙ୍କୁ ପସନ୍ଦ ଆସିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More