ଟିକ୍ଟକ୍ ଷ୍ଟାରରୁ ରାଜନେତ୍ରୀ ! ହରିଆଣାର ଆଦାମପୁର ଆସନରୁ ବିଜେପି ଟିକେଟ୍ ପାଇ ଚର୍ଚ୍ଚାରେ ସୋନାଲି ଫୋଗଟ
ହରିଆଣାର ଲୋକପ୍ରିୟ ଟିକ୍ଟକ୍ ଷ୍ଟାର୍ ସୋନାଲି ଫୋଗଟ ହରିଆଣାର ଆଦାମପୁର ଆସନରୁ ବିଜେପି ଟିକେଟ୍ ପାଇବା ପରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଖାଲି ଟିକେଟ୍ ପାଇନାହାନ୍ତି ବରଂ ୩ ଥର ବିଧାୟକ ହୋଇଥିବା କଂଗ୍ରେସ ବିଧାୟକ କୁଳଦୀପ ବିସ୍ନୋଇଙ୍କ ବିରୋଧରେ ସୋନାଲିଙ୍କୁ ଟିକେଟ୍ ମିଳିଥିବା ଜାଣିବାକୁ ମିଳିଛି।
ସୋନାଲିଙ୍କର ଟିକ୍ଟକ୍ରେ ୧.୨୦ ଲକ୍ଷ ଫଲୋର୍ସ ଅଛନ୍ତି। ସେ ଇତିମଧ୍ୟରେ ୧୭୫ଟି ସର୍ଟ ଭିଡିଓ ବନାଇ ସାରିଛନ୍ତି। ସେ ତାଙ୍କର ଟିକ୍ଟକ୍ ଭିଡିଓ ପାଇଁ ହରିଆଣାର ଯୁବପିିଢ଼ିଙ୍କ ଭିତରେ ବେଶ୍ ଲୋକପ୍ରିୟ। ଏହି ଛୋଟ ପରଦାର ରାଣୀଙ୍କୁ ବିଜେପି ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଦିବଂଗତ ଭଜନ ଲାଲଙ୍କ ପୁଅ ବିସ୍ନୋଇଙ୍କ ବିରୋଧରେ ଟିକେଟ୍ ଦେଇଛି।