Only for Entertainment

ସଲମାନ ଖାନଙ୍କୁ ଦେଖିବା ପାଇଁ ତାଙ୍କ ଘରେ ପହଂଚିଲେ ମହିଳା, ଝରକା ପାଖରେ ଆସିବାକୁ କଲେ ଏଭଳି , ଦେଖନ୍ତୁ ଟିକଟକ ଭିଡିଓ !

75

ଟିକଟକରେ ସବୁବେଳେ ମଜାଦାର ଭିଡିଓ ଭାଇରାଲ ହୋଇଥାଏ । ସେହିଭଳି ଏକ ଭିଡିଓ ଏବେ ଟପ ଟ୍ରେଣ୍ଡ କରୁଛି ,ଯାହାକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । ବଲିଉଡର ଦବଙ୍ଗ ଖାନ ଅର୍ଥାତ ସଲମାନ ଖାନଙ୍କ ଫ୍ୟାନ ସାରା ଭାରତରେ ଭରି ରହିଛନ୍ତି । ପ୍ରତିଦିନ ତାଙ୍କୁ ଦେଖିବାକୁ ତାଙ୍କ ମୁମ୍ବାଇ ସ୍ଥିତ ଘର ଗ୍ୟାଲେକ୍ସି ଆପର୍ଟମେଂଟ ପାଖରେ ପହଂଚନ୍ତି ।

ଯେତେବେଳେ ସେ ଘରେ ଥାଆନ୍ତି ବାଲକୋନୀରେ ଫ୍ୟାନ୍ସଙ୍କୁ ଦେଖା କରନ୍ତି । ଟିକଟକରେ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଦେଖିବାକୁ ମିଳିଛି ଯେ ସଲମାନ ଖାନ ଝରକା ପାଖରେ ଛିଡା ହୋଇଛନ୍ତି ।

କିଛି ଦିନ ପୂର୍ବେ ଟିକଟକ କିଏଟର ଅଲୀଶା ଖାନ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ସଲମାନ ଖାନଙ୍କ ଘର ବାହାରେ ଛିଡା ହୋଇଛନ୍ତି । ଯେତେବେଳେ ସେ ଟିକଟକ ଭିଡିଓ ବନାଇଛନ୍ତି ପଛରୁ ଝରକା ପାଖରେ ସଲମାନ ଖାନ ନଜର ଆସିଛନ୍ତି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୩ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି ।

ତେବେ ଏହି ଭିଡିଓରେ କେହି କହୁଛନ୍ତି ସଲିମ ଖାନ ତ କେହି କହୁଛନ୍ତି ସୋହେଲ ଖାନ । ଏହିଭଳି ମଜାଦାର କମେଂଟ ଦେଖିବାକୁ ମିଳିଛି ଏହି ଭିଡିଓରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More