Only for Entertainment

‘ସୂର୍ଯ୍ୟବଂଶୀ’ରେ ରିକ୍ରିଏଟ ହେବ ସୁପରହିଟ ଗୀତ ‘ଟିପ ଟିପ୍ ବର୍ଷା ପାଣି’, ଅକ୍ଷୟଙ୍କ ସହିତ ପାଣିରେ ଭିଜିବେ କ୍ୟାଟ୍ରିନା କୈଫ

Bollywood Movies
44

ଅଭିନେତ୍ରୀ ରବିନା ଟଣ୍ଡନ ଓ ଅଭିନେତା ଅକ୍ଷୟ କୁମାରଙ୍କ ଗୀତ ‘ଟିପ ଟିପ ବରଷା ପାନି’ ଆଜି ବି ବଲିଉଡର ଟପ୍ ରୋମଣ୍ଟିକ ଗୀତମାନଙ୍କ ମଧ୍ୟରୁ ଗୋଟିଏ। ଏହି ଗୀତଟି ୧୯୯୪ରେ ରିଲିଜ ହୋଇଥିବା ଫିଲ୍ମ ‘ମୋହରା’ର। ଆଜି ବି ଦର୍ଶକଙ୍କ ହୃଦୟରେ ଏହି ଗୀତଟି ରାଜ କରୁଛି। ଖବର ଅନୁସାରେ ଏହି ଗୀତକୁ ପୁଣିଥରେ ପରଦାରେ ଦେଖିପାରନ୍ତି ଦର୍ଶକ। ଏହି ରୋମଣ୍ଟିକ ଗୀତ ଫିଲ୍ମ ସୂର୍ଯ୍ୟବଂଶୀରେ ଦେଖାଯାଇପାରେ। ଏହି ଗୀତର ସୁଟିଂ ଏବେ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଦୀର୍ଘଦିନ ପରେ ଏହି ଗୀତରେ ଅକ୍ଷୟଙ୍କ ସହିତ ରବିନା ନୁହଁନ୍ତି କ୍ୟାଟ୍ରିନା ଦେଖାଯିବେ। କ୍ୟାଟ୍ରିନା ଓ ଅକ୍ଷୟ ଗୀତର ସୁଟିଂ ବି ଆରମ୍ଭ କରିଦେଇଛନ୍ତି । ଅକ୍ଷୟ, କ୍ୟାଟ୍ରିନା ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ ସୂର୍ଯ୍ୟବଂଶୀରେ ନଜର ଆସିବେ। ଫିଲ୍ମର ସୁଟିଂ ପାଇଁ ଏବେ ଉଭୟ ହାଇଦ୍ରାବାଦରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More