Only for Entertainment

ଆପଣ ମଧ୍ୟ ଅନ୍ୟ କାହାର ଖାଦ୍ୟ ଖାଉଛନ୍ତି କି,ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା ।

shutterstock
0 101

ମହାଭାରତ ଯୁଦ୍ଧ ଶେଷ ହେବାକୁ କମ ସମୟ ଥିଲା । ପିତାମହ ଭୀଷ୍ମ ଶର ଶଯ୍ୟା ଥିଲେ । ଯୁଦ୍ଧିଷ୍ଠିର ତାଙ୍କ ଭାଇମାନଙ୍କ ସହିତ ବସି ଧର୍ମକଥା ଶୁଣୁଥିଲେ । ସେହି ସମୟରେ ଦ୍ରୌପଦୀ କହିଲେ ପିତାମହ ମୋର ଏକ ସନ୍ଦେହ ଅଛି । ସ୍ନେହ ପୂର୍ବକ ପିତାମହ କହିଲେ କୁହ ଝିଅ । ଦ୍ରୌପଦୀ କହିଲେ,ଏହା ପୂର୍ବରୁ କ୍ଷମା ପ୍ରାର୍ଥନା କରିବି । କାରଣ ପ୍ରଶ୍ନ ଟିକେ ବଙ୍କା । ପିତାମହ ହଁ କରିବା ପରେ ଦ୍ରୌପଦୀ ପଚାରିଲେ,ପିତାମହ ଯେତେବେଳେ ସଭାରେ ଶତ୍ରୁ ମୋର ଚିରହରଣ କରୁଥିଲେ ଆପଣ ସେଠାରେ ଉପସ୍ଥିତ ଥିଲେ କିନ୍ତୁ ଆପଣ କୋର ସହାୟତା କଲେ ନାହିଁ । ସେହି ସମୟରେ ଆପଣଙ୍କ ବିବେକ ଏବଂ ଜ୍ଞାନ କେଉଁଆଡ଼େ ଚାଲି ଯାଇଥିଲା? ଏକ ଅବଳାର ଚିରହରଣ ଆପଣ କେଉଁଭଳି ଦେଖି ପାରୁଥିଲେ? ଏହା ଶୁଣି ଭୀଷ୍ମ ଗମ୍ଭୀର ହୋଇଗଲେ । କାରଣ ଏହି ପ୍ରଶ୍ନ ତାଙ୍କ ସାମ୍ନାରେ ପ୍ରଥମ ଥର ନଥିଲା । ଘଟଣା ଘଟୁଥିବା ସମୟରେ ମଧ୍ୟ ଏହି ପ୍ରଶ୍ନ ତାଙ୍କ ସାମ୍ନାକୁ ଆସିଥିଲା ।
ଭୀଷ୍ମ କହିଲେ ତୁମେ ଠିକ କହୁଛ । ସେହି ସମୟରେ ଦୁର୍ଯ୍ୟେଧନର ପାପ ପୂର୍ଣ୍ଣ ଅନ୍ନ ଖାଉଥିଲି ମୁଁ । ତାହା ମୋ ମନ ଓ ମସ୍ତିଷ୍କରେ ରହିଥିଲା । ମୁଁ ସବୁ ଦେଖୁଥାଇ ମଧ୍ୟ କିଛି କରିପାରୁ ନଥିଲି । ଦ୍ରୌପଦୀ କହିଲେ ଆଜି ଏ ଜ୍ଞାନ କେମିତି ପ୍ରକଟ ହେଲା ।
ଭୀଷ୍ମ କହିଲେ ଝିଅ ଆଜି ଅର୍ଜୁନ ବାଣରେ ମୋର ସେ ସମସ୍ତ ରକ୍ତ ବାହାରି ଯାଇଛି । ମୁଁ ଏବେ ରକ୍ତବିହୀନ ପ୍ରାଣୀ । ଏଥିପାଇଁ ମୋ ବିବେକ ଜାଗି ଉଠିଛି । ମୋ ଶରୀରରୁ ପାପ ରକ୍ତ ସବୁ ବାହାରି ଯାଇଛି । ଏହାପରେ ଦ୍ରୌପଦୀଙ୍କ ନିକଟରେ କହିବା ପାଇଁ କିଛି ନଥିଲା ।
ତେଣୁ ଆପଣ ମଧ୍ୟ ଏଥିପ୍ରତି ଧ୍ୟାନ ରଖିବା ଉଚିତ । ଅନ୍ୟ ଘରର ଭୋଜନ ମଧ୍ୟ ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ । କାରଣ ଖାଦ୍ୟର ପ୍ରଭାବ ବ୍ୟକ୍ତିର ଶରୀର ଏବଂ ମନ ଉପରେ ପକାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More