Only for Entertainment

ବାସ୍ତୁ ଅନୁସାରେ ବେଡ ରୁମରେ କରନ୍ତୁ ଏହି ୫ଟି ପରିବର୍ତ୍ତନ, ବୈବାହିକ ଜୀବନ ହେବ ସୁଖମୟ

Baker's Furniture
69

ଘରର ସବୁଠାରୁ ଖାସ ଅଂଶ ବେଡରୁମ ହୋଇଥାଏ । କାରଣ ଏହି ସ୍ଥାନ ଆମ ରିଲାକ୍ସ ଫିଲ କରାଇଥାଏ ଏବଂ କ୍ଲାନ୍ତ ଦୂର କରିଥାଏ । ତେବେ ବାସ୍ତୁ ଅନୁସାରେ ଘରର ବେଡରୁମ ମଧ୍ୟ ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ । ତେବେ ବେଡ ରୁମକୁ ବାସ୍ତୁ ନିୟମ ଅନୁସାରେ ସଜାଇ ଆପଣ ଏକ ସୁସ୍ଥ ଏବଂ ଶାନ୍ତ ଜୀବନ ବିତାଇ ପାରିବେ ।

ଫର୍ଣ୍ଣିଚର ଆକାର-
ବେଡ ରୁମରେ ଫର୍ଣ୍ଣିଚର ଧନୁଷାକାର, ଅର୍ଦ୍ଧଚନ୍ଦ୍ରାକାର କିମ୍ବା ବୃର୍ତ୍ତାକାର ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଥାଏ ।

ଝରକା ରଖନ୍ତୁ-
ବେଡ ରୁମରେ ଝରକା ନିହାତି ରଖନ୍ତୁ । ସକାଳର କିରଣ ବେଡରୁମରେ ପଡିବା ଫଳରେ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହାର ସହିତ ବେଡରୁମର ଦ୍ୱାର ଆଡକୁ ଗୋଡ କରି ଶୁଅନ୍ତୁ ।

ଖଟ ସାମ୍ନାରେ ଆଇନା ରଖନ୍ତୁ ନାହିଁ-
ବେଡରୁମରେ ଖଟ ସାମ୍ନାରେ ଆଇନା ରଖନ୍ତୁ ନାହିଁ । ଖଟ ସାମ୍ନାରେ ଆଇନା ରଖିବା ଦ୍ୱାରା ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।
ଖଟ ଏବଂ ବେଡରୁମର ଦ୍ୱାର ମଧ୍ୟରେ ଦୂରତା ରଖନ୍ତୁ-
ଖଟକୁ ବେଡ ରୁମର ଦ୍ୱାର ନିକଟରେ ପକାନ୍ତୁ ନାହିଁ । ଏପରି କରିବା ଦ୍ୱାରା ମନରେ ବ୍ୟାକୁଳତା ଲାଗି ରହିଥାଏ ।

ଡ୍ରେସିଂ ମିରରକୁ ଝରକା ସାମ୍ନାରେ ରଖନ୍ତୁ ନାହିଁ-
ବେଡରୁମରେ ଝରକା ସାମ୍ନାରେ ଡ୍ରେସିଂ ମିରର ରଖନ୍ତୁ ନାହିଁ । କାରଣ ଏହାଦ୍ୱାରା ବାହାର ଲାଇଟ ମିରରରେ ରିଫ୍ଲେକ୍ଟ କରିଥାଏ । ଫଳରେ ଆପମଙ୍କୁ ଅସିବିଧାର ସାମ୍ନା କରିବାକୁ ପଡିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More