Only for Entertainment

ଭାଙ୍ଗି ଯାଇଥିବା ସଂପର୍କକୁ ଯୋଡ଼ିବା ପାଇଁ କରନ୍ତୁ ଏହି ଉପାୟ ।

youtube
0 47

ବେଳେ ବେଳେ ବୟସ୍କ ବ୍ୟକ୍ତି କୁହନ୍ତି ଯେଉଁଠାରେ ଦୁଇଟି ବାସନ ଏକା ସାଙ୍ଗରେ ରହିଥାନ୍ତି ସେଠାରେ ଶବ୍ଦ ଶୁଣିବା ସ୍ୱଭାବିକ କଥା । ପ୍ରତ୍ୟେକ ଘରେ ପତି ଓ ପତିଙ୍କ ମଧ୍ୟରେ ଛୋଟ ଛୋଟ କଳି ଝଗଡ଼ା ଲାଗି ରହିଥାଏ । ଏବେ ପ୍ରାୟ ଫ୍ୟାମିଲି ସିଙ୍ଗଲ ରହିବା ଦ୍ୱାରା କଳି ଝଗଡ଼ା ଅଧିକ ବଢୁଛି । କିନ୍ତୁ ସମସ୍ୟାର ସମାଧାନ ହେବାରେ ଖୁବ ସମୟର ଆବଶ୍ୟକତା ରହୁଛି । ତେଣୁ ଏ ସବୁର ସମାଧାନ ପାଇଁ ଆସନ୍ତୁ ଜାଣିବା କିଛି ସାଧାରଣ ଉପାୟ ।

ସକାଳୁ ଉଠି ପ୍ରଥମେ ଘରର ସମସ୍ତ ଝରକା ଖୋଲି ଦିଅନ୍ତୁ । ବାସ୍ତୁ ଅନୁସାରେ ଏଭଳି କରିବା ଦ୍ୱାରା ସଂପର୍କରେ ସକରାତ୍ମକ ପ୍ରଭାବ ପଡ଼ିଥାଏ ।

ସକାଳେ ସୂର୍ଯ୍ୟ କିରଣରେ ଲାଲ ଆସନରେ ବସି ୧୫ ମିନିଟ ପର୍ଯ୍ୟନ୍ତ ଧ୍ୟାନ କରନ୍ତୁ ।

ସୂର୍ଯ୍ୟାସ୍ତ ପରେ ଘରର ପୂର୍ବ ଦକ୍ଷିଣ କୋଣରେ ଲାଲ ରଙ୍ଗର ମହମବତୀ ଲଗାନ୍ତୁ ।

ଘରର ପୂର୍ବ ଉତ୍ତର ଦିଗରେ ଝାଡ଼ୁ ରଖିବା ଅନୁଚିତ ।

ପିଇବା ପାଣି ଦକ୍ଷିଣ ପଶ୍ଚିମ ଦିଗରେ ଘୋଡ଼ାଇ ରଖନ୍ତୁ । ଭଙ୍ଗା ଆଇନା,ବାସନ କୁସନ,ଘଡ଼ି ଓ କବାଡ଼ି ଜିନିଷ ରଖବା ଅନୁଚିତ ।

ଘରର ଉତ୍ତର ପଶ୍ଚିମ କୋଣରେ ରଙ୍ଗ ବେରଙ୍ଗର ମାଛ ଥିବା ଆକ୍ୱରିଆମ ରଖନ୍ତୁ ।

ଘରର ଟ୍ୟାପରୁ ଅନବରତ ପାଣି ବାହାରିବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More