Only for Entertainment

ପେଟର ଚର୍ବିକୁ ଦୂର କରିବ ଅଦା

new york post
0 110

ସ୍ଲିମ ଏବଂ ଫିଟ ରହିବାକୁ ସମସ୍ତେ ଭଲ ପାଆନ୍ତି । ତେଣୁ ଅଧିକାଂଶ ବ୍ୟକ୍ତି ଜିମ ଯିବାକୁ ଖୁବ ପସନ୍ଦ କରନ୍ତି । କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଏହା କରିନଥାନ୍ତି । ଆଉ କିଛି ଲୋକ ଖାଇବାକୁ ପସନ୍ଦ କରନ୍ତି । ଯାହା ଦ୍ୱାରା ଶରୀର ବୃଦ୍ଧି ହୋଇଥାଏ । ଧୀରେ ଧୀରେ ଅଳସୁଆମି ବଢିଯାଏ ଏବଂ ଶରୀରର ଓଜନ କମିନଥାଏ । ଶେଷରେ ପେଟରେ ଚର୍ବି ଜମିଯାଏ । କିନ୍ତୁ ମୋଟା ହୋଇଯିବା ପରେ ସେମାନଙ୍କ ଚିନ୍ତା ବଢିଯାଏ । ତେଣୁ ମୋଟା ବ୍ୟକ୍ତିମାନେ ନିଜର ଶରୀରକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି । ସେଥିପାଇଁ ବିଭିନ୍ନ ଔଷଧ ଠାରୁ ଆରମ୍ଭ କରି ଡାଏଟର ସମସ୍ତ ଉପାୟକୁ ଆପଣାଇଥାନ୍ତି । କାରଣ କୌଣସି କୋଣ ଅନୁକୋଣରୁ ମଧ୍ୟ ମୋଟା ଶରୀର ଭଲ ଲାଗେ ନାହିଁ ।

ବହୁ ସମୟରେ ଦେଖାଯାଏଯେ ପେଟର ଚର୍ବିକୁ କମ କରିବା ପାଇଁ ମୋଟା ବ୍ୟକ୍ତିମାନେ ବିଭିନ୍ନ ପ୍ରୟାସ ଜାରି ରଖନ୍ତି । କିନ୍ତୁ ଏଭଳି ଏକ ଉପାୟ ରହିଛି ଯାହା ଖୁବ କମ ସମୟରେ ପେଟର ଚର୍ବିକୁ କମ କରିବ ।

୧ ଗ୍ଲାସ ଗରମ ଜଳରେ ୧ ଚାମଚ ଅଦା ରସ ସହିତ ଗୋଟିଏ ଲେମ୍ବୁର ରସକୁ ଭଲ ଭାବରେ ମିଶାଇ ପିଅନ୍ତୁ । ଏଭଳି କରିବା ଦ୍ୱାରା ପେଟର ଚର୍ବି କମ ହେବ ଏବଂ ମୋଟାପଣ ମଧ୍ୟ । କିନ୍ତୁ ସେହି କାମକୁ ସ୍ଥିରତାର ସହିତ ଏବଂ ଇଛାର ସହିତ ପ୍ରତିଦିନ ଅନୁସରଣ କରିବା ଦ୍ୱାରା ସଫଳତା ମିଳିବ । ପେଟର ଚର୍ବି କମିବା ସହିତ ମୋଟାପଣ ମଧ୍ୟ କମିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More