Only for Entertainment

ଏସିଡିଟିରୁ ମୁକ୍ତି ପାଇଁ କରନ୍ତୁ ଏହି ସରଳ ଉପାୟ ।

Boldsky.com
72

ବର୍ତ୍ତମାନର ସମୟରେ ବଜାରରେ ମିଳୁଥିବା ପ୍ରତ୍ୟେକ ଜିନିଷର ଗୁଣବତ୍ତା ଖୁବ ନିମ୍ନମାନର । କାରଣ ସବୁକିଛି ଭେଜାଲ । ସବୁଠାରୁ ଖାସକଥା ହେଉଛି ଆମେ ଖାଉଥିବା ଖାଦ୍ୟରେ ପ୍ରଚୁର ପରିମାଣରେ ଭେଜାଲ ଜିନିଷ ମିଶୁଛି । ପରିବାରେ ରାସାୟନିକ ପଦାର୍ଥ ମିଶୁଛି ତ ଅନ୍ୟ ସାମଗ୍ରୀରେ ନକଲି ଜିନିଷ । ତେଣୁ ଏହି ସମସ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଉଛି । କେବେ କେବେ ପେଟ ସମସ୍ୟା ଦେଖାଦିଏ ତ କେବେ ଛାତି ଜଳାପୋଡ଼ା ସମସ୍ୟା । ସେଥିପାଇଁ ମଧ୍ୟ ଆମେ ଔଷଧର ବ୍ୟବହାର କରିଥାଉ । ଅତ୍ୟଧିକ ଔଷଧ ଖାଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ । ତେବେ ଏହି ଛାତି ଜଳାପୋଡ଼ାକୁ ନେଇ ରହିଛି କିଛି ସାଧାରଣ ସମାଧାନ । ଯାହାକୁ ଅତି ସହଜରେ ଘରେ କରାଯାଇପାରିବ ।

  • ଯଦି ଆପଣଙ୍କ ଛାତି ଜଳା ପୋଡା ହେଉଛି ତେବେ ଏହି ସମୟରେ ବେକିଂ ସୋଡା ବ୍ୟବହାର ଆପଣାଙ୍କ ପାଇଁ ଲାଭଦାୟକ ହେବ । ସେଥିପାଇଁ ଆପଣ ଗୋଟେ ଗ୍ଲାସ ପାଣିରେ ଗୋଟେ ଚାମଚ ବେକିଂ ସୋଡା ମିଶାଇ ପିଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଛାତି ଜଳା ପୋଡାରୁ ଆରାମ ମିଳିବ ।
  • ସ୍ୱାସ୍ଥ୍ୟ ପାଇଁ ପାନ ମଧୁରୀ ମଧ୍ୟ ଫାଇଦା ହୋଇଥାଏ । ଏହାକୁ ସେବନ ଖାଇବା  ଦ୍ୱାରା ଛାତି ଜଳା ପୋଡାରୁ ଛୁଟ୍କାରା ପାଇ ପାରିବେ । ସେଥିପାଇଁ ନିୟମିତ ଖାଦ୍ୟ ଖାଇ ସାରିବା ପରେ ୧-୨ ଚାମଚ ପାନ ମଧୁରୀ ଖାଆନ୍ତୁ । । ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଯିବ ଏବଂ ଛାତି ପୋଡା ବି ହେବ ନାହିଁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More