Only for Entertainment

ଘରର ଉନ୍ନତି ଚାହୁଁଛନ୍ତିକି, ଆପଣାନ୍ତୁ ଏହି ସବୁ ଉପାୟ ।

pinterest
0 64

ପ୍ରତି ବର୍ଷ ନୂଆ ବର୍ଷ ଆସିଲେ ଘରକୁ ସୁଖ ସମୃଦ୍ଧି ଆଣିବା ପାଇଁ ବିଭିନ୍ନ ପ୍ରୟାସ କରାଯାଇଥାଏ । କାରଣ କେବଳ ଧନଯେ ଏକମାତ୍ର କାରଣ ନୁହେଁ ବଂଚିବା ପାଇଁ ବରଂ ସୁଖ ମଧ୍ୟ ନିହାତି ଆବଶ୍ୟକ । କିନ୍ତୁ କେଉଁ ସବୁ କାର୍ଯ୍ୟ କଲେ ଘରେ ସୁଖ ଓ ସମୃଦ୍ଧି ବଢିଥାଏ, ଆସନ୍ତୁ ଜାଣିବା ।

କୁବେର ଦେବତାଙ୍କୁ ଧନ ସମ୍ପଦର ଭଗବାନ ବୋଲି କୁହାଯାଏ । ତାଙ୍କୁ ପୂଜା କଲେ ଘରେ ସୁଖ ଓ ସମୃଦ୍ଧି ବଢିଥାଏ ବୋଲି ବିଶ୍ୱାସ କରାଯାଏ । କୁହାଯାଏ ଯେ ଯେଉଁ ବ୍ୟକ୍ତି ଉପରେ କୁବେର ଖୁସି ଥାଆନ୍ତି ସେହି ବ୍ୟକ୍ତିର ଧନ ଓ ସମ୍ପଦରେ କୌଣସି ଅସୁବିଧା ହୋଇନଥାଏ । କୁବେରଙ୍କୁ ଉତ୍ତର ମଧ୍ୟ ଭାଗରେ ସ୍ଥାପନ କରାଯିବା ଦରକାର ।

କୃତ୍ରିମ ହୀରାର ଶିବଲିଙ୍ଗ ରଖିବା ଦ୍ୱାରା ସକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ । ଏହା ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଥାଏ । ଏହି ଶିବଲିଙ୍ଗକୁ ପୂଜା କରିବା ଦ୍ୱାରା ରୋଗ ଶୋକ ଦୂର ହୋଇଥାଏ ।

କୃତ୍ରିମ ହୀରାର ଶିବଲିଙ୍ଗକୁ ବାସ୍ତୁ ଶାସ୍ତ୍ର ଅନୁସାରେ ଧାର୍ମିକ ଭାବେ ଗ୍ରହଣ କରାଯାଏ । ଏହା ସହିତ କୃତ୍ରିମ ହୀରାରେ ତିଆରି କଇଁଛ ମଧ୍ୟ ସମ୍ପଦ ପ୍ରତି ଲାଭଦାୟକ ହୋଇଥାଏ । ଲୟାତ୍ମକ କଇଁଛର ମୁହଁକୁ ଘର ଭିତରକୁ କରି ଉତ୍ତର ଦିଗରେ ରଖିବା ଦରକାର । କୁହାଯାଏ ଏହାକୁ ରଖିବା ଦ୍ୱାରା ଘରକୁ ଲକ୍ଷ୍ମୀ ଆସିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More