Only for Entertainment

ବାରମ୍ବାର ଦେହ ଖରାପ ହେଉଥିଲେ ଆପଣାନ୍ତୁ ଏହି ଟିପ୍ସ ।

saga
0 36

ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେବା ଦ୍ୱାରା ବିଭିନ୍ନ ପ୍ରକାର ଜୀବାଣୁ ଓ ଭୂତାଣୁ ଶରୀରକୁ ଅତି ସହଜରେ ଆକ୍ରମଣ କରି ଥାଆନ୍ତି। ଫଳରେ ଲୋକେ ବାରମ୍ବାର ରୋଗରେ ପଡ଼ନ୍ତି।

ହାନିକାରକ ଭାଇରସ୍ ଓ ବ୍ୟାକ୍ଟେରିଆ ସହିତ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା ଆମକୁ ସାହାଯ୍ୟ କରିଥାଏ। ତେଣୁ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଠିକ୍ ରଖିବା ନିହାତି ଜରୁରୀ। ଆଉ ଏଥିପାଇଁ ସଠିକ୍ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।

ତା’ହେଲେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼େ।

ରସୁଣ: ରସୁଣରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍‌ ରହିଛି। ଏହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍ କରେ। ଏଥିରେ ଏଲିସିନ୍ ନାମକ ଏକ ପ୍ରକାର ତତ୍ତ୍ୱ ରହିଛି, ଯାହା ଶରୀରରେ କୌଣସି ପ୍ରକାର ସଂକ୍ରମଣ ସହିତ ଲଢ଼ିବାକୁ ଶକ୍ତି ଦେଇଥାଏ।

ପାଳଙ୍ଗ ଶାଗ: ଏହି ଶାଗରେ ଫୋଲେଟ୍‌ ନାମକ ଏକ ତତ୍ତ୍ୱ ରହିଛି। ଏହା ଶରୀରରେ ନୂତନ ସେଲ୍‌ ବା କୋଷିକା ତିଆରି କରିଥାଏ। ଏଥିସହ ଏଥିରେ ଥିବା ଫାଇବର୍, ଆଇରନ୍‌, ଆଣ୍ଟି ଅକ୍ସିଡେଣ୍ଟ୍‌ ଓ ଭିଟାମିନ୍‌-ସି ଶରୀରକୁ ସୁସ୍ଥ ରଖିଥାଏ।

ଛତୁ: ଏଥିରେ ସେଲେନିୟମ୍‌, ଭିଟାମିନ୍‌-ବି, ରିବୋଫ୍ଲାବିନ୍‌ ଓ ନାଇସିନ୍‌ ନାମକ ତତ୍ତ୍ୱ ରହିଛି। ଏହି କାରଣରୁ ମଶରୁମ୍‌ରେ ଆଣ୍ଟି ଭାଇରାଲ୍‌, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଟ୍ୟୁମର ତତ୍ତ୍ୱ ମଧ୍ୟ ରହିଛି। ଏହି ତତ୍ତ୍ୱ ଶରୀରକୁ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ।

ବ୍ରୋକଲି: ଏଥିରେ ଭିଟାମିନ୍‌-‘ଏ’ ଓ ‘ସି’ ବ୍ୟତୀତ ଗୁଲଟାଥିଓନ୍ ନାମକ ଆଣ୍ଟି ଅକ୍ସିଡେଣ୍ଟ୍ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍‌ କରିଥାଏ। ଏହାସହ ଏଥିରେ ପ୍ରୋଟିନ୍ ଓ କ୍ୟାଲସିୟମ୍ ମଧ୍ୟ ରହିଛି, ଯାହା ଶରୀର ପାଇଁ ଖୁବ୍ ଜରୁରୀ।

ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଠିକ୍ ରଖିବାକୁ ହେଲେ ଆଉ କିଛି ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଜରୁରୀ।

ଠିକ୍‌ ସମୟରେ ଶୁଅନ୍ତୁ

ଯୋଗ ଓ ଧ୍ୟାନ କରନ୍ତୁ

ନିଶାଦ୍ରବ୍ୟ ଖାଆନ୍ତୁ ନାହିଁ

ସବୁଜ ପରିବା ଓ ଫଳ ଖାଆନ୍ତୁ

କିଛି ସମୟ ଖରାରେ ରୁହନ୍ତୁ

ଥଣ୍ଡା, ମୁଣ୍ଡବ୍ୟଥା ଓ ତ୍ୱଚା ସମ୍ୱନ୍ଧୀୟ ରୋଗକୁ ସାଧାରଣ ଭାବି ଅବହେଳା କରନ୍ତୁ ନାହିଁ
ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More