Only for Entertainment

କେଶକୁ ଘନ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ ।

YouTube
0 45

ଯୁବପିଢିଙ୍କ ମଧ୍ୟରେ ଏବେ କେଶ ଝଡିବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଇଛି । ଏହା ପଛର ମୁଖ୍ୟ କାରଣ ହେଉଛି ବିଭିନ୍ନ ରାସାୟନିକ ତତ୍ତ୍ୱ ଥିବା ଶାମ୍ପୁ ବ୍ୟବହାର କରିବା, ନିୟମିତ ଭାବେ କେଶ ଷ୍ଟ୍ରେଟ ଏବଂ କଲର କରାଇବା । ତେଣୁ କେଶ ପାଇଁ କିଛି ସରଳ ଉପାୟ କରିବା ଦ୍ୱାରା କେଶ ଘନ ହୋଇଥାଏ ଏବଂ କମ କେଶ ଝଡିଥାଏ ।

  • ୨ ଚାମଚ ଆପଲ ସିଡାର ଭିନେଗାରରେ ୨ ଚାମଚ ଅଲିଭ ତେଲ ଓ ୩ଟି ଅଣ୍ଡା ମିଶାଇ ଫେଣ୍ଟନ୍ତୁ । ଏବେ ଏହି ମିଶ୍ରଣକୁ କେଶ ମୂଳରେ ଲଗାଇ ଅଢେଉ ଘଣ୍ଟା ପରେ କେଶ ଧୋଇଦେବେ । ଏହିପରି ସପ୍ତାହକୁ ଦୁଇଥର କରନ୍ତୁ । କେଶରେ ଫରକ ଆପଣ ନିଜେ ଅନୁଭବ କରିପାରିବେ ।
  • ଶୁଦ୍ଧ ନଡିଆ ତେଲ, ଅଲିଭ ଓ ବାଦାମ ତେଲ କେଶ ନିମନ୍ତେ ଖୁବ ଉତ୍ତମ, ସପ୍ତାହରେ ୨ ରୁ ୩ ଥର ଏହି ତେଲର ମିଶ୍ରଣକୁ କେଶ ମୂଳରେ ଲଗାଇଲେ କେଶ ଝଡିବା ହ୍ରାସ ହୋଇଥାଏ ।
  • ଓଦା କେଶ ନ ଶୁଖିବା ପର୍ଯ୍ୟନ୍ତ କେଶରେ ତଉଲିଆ ଘୋଡାଇ ରଖନ୍ତୁ । ଏହା ମଧ୍ୟ କେଶ ଝଡାରୁ ରକ୍ଷା କରିଥାଏ ।
    କେଶର ଘନତ୍ୱ ବଢାଇବା ପାଇଁ ଅଣ୍ଡା ସପ୍ତାହକୁ ୨ ଥର ଲଗାଇବା ଉପକାରୀ ।
  • ଅଲିଭ ତେଲ ଓ ଚନ୍ଦନ ତେଲର ମିଶ୍ରଣ ମଧ୍ୟ କେଶ ପାଇଁ ମହୌଷଧି ପରି କାମ କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More