Only for Entertainment

ହୃଦୟକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ କିଛି ଟିପ୍ସ

Rutherford Source
0 47

ଆଜିକାଲି ହୃଦ୍ ରୋଗରେ ପୀଡିତଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି । ଅନୁଚିତ ଆହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ । ତେଣ ହୃଦୟକୁ ସୁସ୍ଥ ରଖିବା ପାଇଁ ଆପଣ କିଛି ସରଳ ଉପାୟ ଆପଣାଇ ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ ।

  • ଯଦି ଉଚ୍ଚ ବିଲ୍ଡିଂର ଉପର ମହଲାକୁ ଚଢୁଛନ୍ତି ତେବେ ପ୍ରଥମରୁ କିଛି ମହଲା ସିଡିରେ ଯାଆନ୍ତୁ ଏବଂ ଆଉ କିଛି ଲିଫ୍ଟରେ ଯାଆନ୍ତୁ ।
  • ଯୋଗ ଏବଂ ମେଡିଟେସନ ଅଭ୍ୟାସ ନିୟମିତ କରନ୍ତୁ । ଏହା ଫଳରେ ହୃଦୟ ବିକାର ଆଶଙ୍କା କମ ହେବ ।
  • ପୌଷ୍ଟିକ ଖାଦ୍ୟ ଖାଆନ୍ତୁ ।
  • ଖାଦ୍ୟରେ ଲୁଣ. ମଇଦା, ଚିନି, ତେଲ, କ୍ୟାଫିନ, ଆଲକୋହଲର ମାତ୍ରା ସିମୀତ ରଖନ୍ତୁ ।
  • ଛଣାଛଣି ଖାଦ୍ୟ ବଦଳରେ ସିଝା ଖାଦ୍ୟ ଖାଆନ୍ତୁ ।
  • ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ନ୍ୟୁଟ୍ରିସନିଷ୍ଟଙ୍କ ପରାମର୍ଶ ନେଇ ଡାଏଟ ପ୍ଲାନ କରନ୍ତୁ ।
    ଚିନ୍ତାଠାରୁ ଦୂରେଇ ରୁହନ୍ତୁ ।
  • ଯଦି ଆପଣଙ୍କ ବୟସ ୪୦ ତେବେ ବ୍ୟାୟାମ ପୂବେ୪ରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କୋଲେଷ୍ଟ୍ରଲ ଏବଂ ଡାଇବେଟିସକୁ ନିୟନ୍ତ୍ରଣରେ ରଖନ୍ତୁ ।
  • ସର୍ବଦା ନିଜ ବିଷୟରେ ଏବଂ ଅନ୍ୟମାନଙ୍କ ବିଷୟରେ ସକରାତ୍ମକ ଚିନ୍ତା କରନ୍ତୁ ।
  • କିଛି ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ।
  • କାନ, ବେକ, କାନ୍ଧ ଏବଂ ବାହୁରେ ଯଦି ଯନ୍ତ୍ରଣା ହେଉଛି ତେବେ ଅବହେଳା ନ କରି ଡାକ୍ତରଙ୍କୁ ଦେଖାନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More