Only for Entertainment

ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ତ, ଆପଣାନ୍ତୁ ଆୟୁର୍ବେଦିକ ଉପଚାର

Health Care Plaza
0 47

ଏକବଂଶ ଶତାଦ୍ଦୀରେ ମନୁଷ୍ୟ ସୁସ୍ଥ ଜୀବନଶୈଳୀ ନିମନ୍ତେ ଖାଦ୍ୟପାନୀୟ ତଥା ବ୍ୟାୟାମ ଓ ଯୋଗଭ୍ୟାସ କରିବାକୁ ଖୁବ ଗୁରୁତ୍ୱ ଦେଉଛି । ଆୟୁର୍ବେଦ ଅନୁସାରେ ପ୍ରାଚୀନ କାଳରେ ମୁନିଋଷିମାନେ ସୁସ୍ଥ ଜୀବନଶୈଳୀ ନିମନ୍ତେ ସୁନ୍ଦର ନିୟମମାନ ଅନୁକରଣ କରୁଥିଲେ । ଏହି ତଥ୍ୟଗୁଡିକୁ ଦିଲ୍ଲୀସ୍ଥିତ ଜନୈକ ନାମକରା ଆୟୁର୍ବେଦ ବିଶେଷଜ୍ଞ ନିଜ ୱେବସାଇଟରେ ଉଲ୍ଲେଖ କରିଛନ୍ତି ।

  • ଦୈନିକ ୨-୩ ଗ୍ଲାସ ଉଷୁମ ପାଣି ପିଇବାର ଅଭ୍ୟାସ ଆରମ୍ଭ କରନ୍ତୁ । ଏହା ମେଦ ହ୍ରାସ କରିବା ସହିତ ହୃଦରୋଗର ଆଶଙ୍କାକୁ ଯଥେଷ୍ଟ କମ କରିଥାଏ । ଉଷୁମ ପାଣି ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ମଧ୍ୟ ହେଉଥିବା ପରୀକ୍ଷାରୁୂ ପ୍ରମାଣିତ ହୋଇଛି ।
  • ପ୍ରତ୍ୟହ ସକାଳ ଜଳଖିଆ ୭ଟାରୁ ୯ଟା ମଧ୍ୟରେ କରିବା ଆବଶ୍ୟକ । ଏହା ଦ୍ୱାରା ମସ୍ତିଷ୍କ ସକ୍ରିୟ ହେଇଥାଏ ଓ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ ।
  • ପ୍ରତ୍ୟହ ନିର୍ଦ୍ଦିଷ୍ଟ ସମୟରେ ହିଁ ଖାଆନ୍ତୁ । ଏହା ସହ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଗୋଟିଏ ଥରକରେ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଦ୍ୱିପହର ଭୋଜନ ସମୟରେ ଭାତ, ଡାଲି, ଗୋଟିଏ ପ୍ରକାର ତରକାରି ଖାଇବା ସହ ରାତିବେଳେ ହାଲକା ଭୋଜନ କରିବା ଉଚିତ୍ ।
  • ଖାଇବାର ଠିକ ପରେ ପାଣି ନ ପିଇ ୨୦-୩୦ ମିନିଟ ପରେ ପାଣି ପିଇଲେ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡେ ।
  • ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୋଜନ ପରେ କାମ ନକରିବା, ଏହାକୁ ଅନେକ ଗୁରୁତ୍ୱ ଦିଅନ୍ତି ନାହିଁ । ଏଭଳି କରୁଥିବା ବ୍ୟକ୍ତିଙ୍କର ରୋଗପ୍ରତିରୋଧକ କ୍ଷମତା ସମୟକ୍ରମେ ଦ୍ରାସ ହୋଇଥାଏ ।
  • ଦୈନିକ ୩୦-୪୦ ମିନିଟ ସୂର୍ଯ୍ୟକିରଣ ସମ୍ମୁଖରେ କୌଣସି କାମ କରନ୍ତୁ । ଏହା ଦ୍ୱାରା ଶରୀରକୁ ଭିଟାମିନ ଡି ମିଳେ । ଏହି ପୋଷକତତ୍ତ୍ୱ ଶରୀରକୁ ଆବଶ୍ୟକ ପରିମାଣରେ ମିଳିଲେ କୌଣସି ରୋଗ ହେବାର ଆଶଙ୍କା ନଥାଏ ।
  • ବସିଲାବେଳେ ଅଣ୍ଟା ସଳଖି ବସି ପ୍ରତ୍ୟେକ କାମ କରନ୍ତୁ ।
  • ନିୟମିତ ୭ ରୁ ୮ ଘଣ୍ଟା ଶୋଇବାର ଅଭ୍ୟାସ କରିବା ଉଚିତ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More