Only for Entertainment

ମଶା ଜନିତ ସମସ୍ୟା ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଟିପ୍ସ !

turfmagazine.com
0 53

ବର୍ଷାଦିନ ଅତିକ୍ରମ କଲା ପରେ ମଧ୍ୟ ମଶାଙ୍କ ପ୍ରକୋପ କମିବାର ନା ନେଉନାହିଁ । ଟିକିଏ ଅସାବଧାନତା ହେତୁ ଥଣ୍ଡା ପାଣିପାଗରେ ଆପଣ ଡେଙ୍ଗୁ ଭଳି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଏଠାରେ ମଶାକୁ ଘଉଡାଇବା ପାଇଁ ଦିଆଯାଇଛି କିଛି ଘରୋଇ ଉପଚାର, ଏହାଦ୍ୱାରା ଆପଣ ଲାଭପ୍ରଦ ହୋଇପାରନ୍ତି ।

.ଲବଙ୍ଗ ଓ ନଡିଆତେଲ

ଲବଙ୍ଗ ତେଲ ବାସ୍ନାରୁ ମଶା ପଳାନ୍ତି । ଏଥିପାଇଁ ନଡିଆ ତେଲକୁ ଲବଙ୍ଗ ତେଲ ସହ ମିଶାଇ ଶରୀରରେ ଲଗାନ୍ତୁ । ଏହାଦ୍ୱାରା ମଶା ଦାଉରୁ ମୁକ୍ତି ମିଳିଥାଏ ।ତେଲର ଏହି ମିଶ୍ରଣ ଓଡୋମାସ ଭଳି କାର୍ଯ୍ୟ କରିଥାଏ ।

.ଗେଣ୍ଡୁ ଫୁଲର ସୁଗନ୍ଧ

ଗେଣ୍ଡୁ ଫୁଲର ସୁଗନ୍ଧରେ ଘର ମହକି ଉଠେ । ଏହି ଫୁଲ ଗଛ ନିଜ ଘରେ ଲଗାନ୍ତୁ । ଗେଣ୍ଡୁ ଫୁଲର ସୁଗନ୍ଧ ମଶାଙ୍କୁ ଭଗାଇଥାଏ ।ଏହାର ଫଳସ୍ୱରୁପ ଘର ସୁଗନ୍ଧରେ ଭରିଯିବ ଏବଂ ମଶା ମଧ୍ୟ ରହିବେନାହିଁ ।

.କର୍ପୂର ଧୂଆଁ

ମଶା ଦାଉରୁ ମୁକ୍ତି ଲାଗି କର୍ପୂରକୁ ବ୍ୟବହାର କରାଯାଇପାରିବ ।ଖଣ୍ଡେ କର୍ପୂରକୁ ଜଳାଇ ରୁମ୍ରେ ରଖନ୍ତୁ ।ଏଥିରୁ ନିର୍ଗତ ସୁଗନ୍ଧରେ ମଶା ରୁହନ୍ତି ନାହିଁ ।

.ଲେମ୍ବୁ ରସ

ଘରେ ମଶାଙ୍କ ଉପଦ୍ରବରୁ ରକ୍ଷା ପାଇଁ ବ୍ୟବହୃତ ଲିକ୍ୱିଡର ରିଫିଲରେ ଲେମ୍ବୁ ରସକୁ ବ୍ୟବହାର କରାଯାଇପାରିବ ।ଏହାଦ୍ୱାରା ସମସ୍ତ ମଶା ମରିଯା’ନ୍ତି ।ଏହାର ପ୍ରୟାଗରେ ସପ୍ତାହରେ ଦୁଇଥର କରିବା ଉଚିତ୍ ।ଏବଂ ଆପଣ ଚାହିଁଲେ ନୀଳଗିରି ତେଲରେ ଲେମ୍ବୁ ରସକୁ ମିଶାଇ ହାତ-ଗୋଡରେ ଲଗାଇପାରିବେ ।

.ନିମ୍ବପତ୍ର

ନିମ୍ବପତ୍ରର ଧୁଆଁ ଘରେ ଦେଇପାରନ୍ତି ।ସପ୍ୱାହରେ ଥରେ ଅଧଘଂଟା ଏପରି କରିବା ଦ୍ୱାରା ମଶା ମରିଯା’ନ୍ତି, ଅନ୍ୟ କିଟପତଙ୍ଗ ମଧ୍ୟ ଚାଲିଯା’ନ୍ତି ।ଯଦି ଘରେ କାହାକୁ ଶ୍ୱାସ ଜନିତ ସମସ୍ୟା ଅଛି ଏଥିରୁ ସାବଧାନତା ଅବଲମ୍ବନ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More