Only for Entertainment

ବର୍ଷାଦିନେ ଏହି ସମସ୍ତ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

Wallpapers
0 37

ବର୍ଷାଦିନ ଆରମ୍ଭ ହୋଇଯାଇଛି। ଝିପଝିପ ବର୍ଷାରେ ଭିଜିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। କିନ୍ତୁ ଦେହ ଖରାପ ହେବା ଭୟରେ ଆମେ ଠିକ ରୂପେ ବର୍ଷାରେ ବାହାରି ନଥାଉ। ବର୍ଷା ଦିନେ ଅନେକ ରୋଗ ମଧ୍ୟ ହୋଇଥାଏ। ଏହି ବର୍ଷା ଦିନରେ ସାବଧାନତାର ସହ କିଛି ଉପାୟ କରିବା ଦ୍ୱାରା ଆମେ ସୁରକ୍ଷିତ ଓ ଖୁସିର ସହ ବର୍ଷାଦିନକୁ ଉପଭୋଗ କରିପାରିବା। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ:

ଥଣ୍ଡା: ଥଣ୍ଡା ହେଲେ ଚିକେନ ସୁପ୍‍, ଅଦା ପକାଇ ଚାହା ପିଅନ୍ତୁ। ଅଦା ଓ ରସୁଣ ଖାଇବା ଦ୍ୱାରା ମଧ୍ୟ ଅନେକ ଉପଶମ କିଳିବା ସହ ଆରାମ ଲାଗିଥାଏ। ଯେଉଁ ବ୍ୟକ୍ତିଙ୍କର ଶ୍ୱାସ ରୋଗ ଥିବ ସେମାନେ ଚିକେନ ସୁପ୍‍ ପିଇବା ଦ୍ୱାରା ଅନେକ ଲାଭ ପାଇ ପାରିବେ। ଏଥିରେ ଥିବା ଏମିନୋ ଏସିଡ ଥଣ୍ଡା ଭଲ କରିବାରେ ସାହାଯ୍ୟ କରିଥାଏ।

ଔଷଧିୟ ଚାହା: ବର୍ଷାଦିନେ ଔଷଧିୟ ଚାହା ପିଇବା ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ ହୋଇଥାଏ। କାଶ ହେଉଥିଲେ ଏହି ଚାହା ପିଇବା ଦ୍ୱାରା ଆରାମ ମିଳିଥାଏ। ଔଷଧିୟ ଚାହା ଡାଲଚିନି,ଅଦା ଓ ତୁଳସୀ ପତ୍ର ଦ୍ୱାରା ପ୍ରସ୍ତୁତ କରି ପାରିବା। ଏହି ଚାହାକୁ ଗରମ ଗରମ ପିଇବା ଦ୍ୱାରା ଶୀଘ୍ର ଉପଶମ ମିଳିଥାଏ।

ଖାଦ୍ୟ: ବର୍ଷାଦିନେ ବାହାରେ ମିଳିଥିବା ଖାଦ୍ୟ ଖାଇବା ଦ୍ୱାରା ଦେହ ଖରାପ ହୋଇଥାଏ। ତେଣୁ ଏହାକୁ ଖାଆନ୍ତୁ ନାହିଁ। ବର୍ଷାରେ ଘରେ ପ୍ରସ୍ତୁତ କରି ପକୁଡି କିମ୍ବା ଯେକୌଣସି ଖାଦ୍ୟକୁ ଗରମ ଗରମ ଖାଆନ୍ତୁ। ଖାଦ୍ୟ ଥଣ୍ଡା ହୋଇ ଯିବା ଦ୍ୱାରା ସେଥିରେ ଜୀବାଣୁ ବାସ କରିଥାନ୍ତି। ତେଣୁ ଖାଦ୍ୟକୁ ଗରମ ଥିବା ବେଳେ ଖାଇ ଦିଅନ୍ତୁ। ବାହାର ଖାଇବାକୁ ଯଥା ସମ୍ଭବ ନ ଖାଇବାକୁ ଚେଷ୍ଟା କରନ୍ତୁ।

ଫଳ: ଫଳକୁ ଭଲ ଭାବରେ ଧୋଇ ଖାଇବା ଉଚିତ। ବର୍ଷାଦିନରେ ଫଳରେ ପୋକ ରହିଥିବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ଫଳକୁ କାଟି ସାଲାଡ ପ୍ରସ୍ତୁତ କରି ଖାଆନ୍ତୁ। ଯେଉଁ ଫଳ ଖରାପ ହୋଇଥିବ ତାକୁ ଫୋପାଡି ଦିଅନ୍ତୁ। ଏହା ସହ ଦହିରେ ପ୍ରସ୍ତୁତ କୌଣସି ଦ୍ରବ୍ୟକୁ ଖାଇବା କମ କରି ଦିଅନ୍ତୁ।

ପନିପରିବା: ପନିପରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରୁହେ। ମାତ୍ର ବର୍ଷାଦିନେ ଏହି ପରିବା ସ୍ୱାସ୍ଥ୍ୟ ଖରାପ କରି ଦେଇଥାଏ। ବର୍ଷାଦିନେ ପନିପରିବାରେ ଅନେକ ପ୍ରକାର ପୋକ ରହିଥାଏ। ତେଣୁ ବର୍ଷାଦିନେ ପରିବା ଖାଇବାକୁ ସିମୀତ ରଖିବା ଉଚିତ। ପରିବା କାଟିବା ସମୟରେ ପୋକ ଦେଖି କାଟନ୍ତୁ। ଏହା ସହ ଫଳ ଓ ପନିପରିବା ଖାଇବା ପରେ ଠିକ ରୂପେ ପାଣି ପିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More