Only for Entertainment

ନିଦ ଆସୁନଥିଲେ କରନ୍ତୁ ଏହି ଉପାୟ ।

Livestrong.com
0 46

ନିଦ ଶରୀର ପାଇଁ ନିତାନ୍ତ ଜରୁରୀ । ନିଦ ଠିକ ଭାବରେ ନ ହେଲେ ବିଭିନ୍ନ ପ୍ରକାରର ରୋଗ ମାଡ଼ି ବସେ । ରାତିରେ ୬ ଘଂଟା ନିହାତି ଶୋଇବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଶୋଇବା ପ୍ରତି ଧ୍ୟାନ ଦେବା ଉଚିତ । ଏହା ଦ୍ୱାରା ଶରୀର ସସ୍ଥ ରହିଥାଏ । ଏହା ସହିତ ଆଖି ତଳ କଳା ମଧ୍ୟ ପଡ଼ିନଥାଏ ।

ଆପଣ ଜାଣନ୍ତିକି ନିଦ ଆସିବା ପାଇଁ କୌଣସି ଔଷଧର ଆବଶ୍ୟକତା ନାହିଁ ବରଂ ପ୍ରାକୃତିକ ଉପାୟରେ ଏହା ଠିକ ହୋଇପାରିବ । ତେବେ ଏହା କିପରି ଠିକ ହେବ ଆସନ୍ତୁ ଆଲୋଚନା କରିବା ।

ଶରୀର ପାଇଁ କଦଳୀ ଖୁବ ଲାଭଦାୟକ । ତେବେ ଏହା ନିଦ ହେବା ପାଇଁ ମଧ୍ୟ ସହାୟକ ଏକ କାରକ । ପ୍ରଥମେ ଏକ କପ ପାଣିକୁ ଗରମ କରନ୍ତୁ । ଫୁଟିବା ଆରମ୍ଭ କଲେ କିଛି ଡାଳଚିନି ପକାନ୍ତୁ । ଏହାପରେ ଏଥିରେ ପାଚିଲା କଦଳୀକୁ ଛୋଟ ଛୋଟ କରି କାଟି ପକାନ୍ତୁ । କିଛି ସମୟ ଫୁଟିବା ପରେ ଏହି ଜଳକୁ ଥଣ୍ଡା କରି ପିଅନ୍ତୁ । କଦଳୀରେ ପ୍ରସ୍ତୁତ ଏହି ଚା’କୁ ପିଇବା ଦ୍ୱାରା ଭଲ ଭାବରେ ନିଦ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More