Only for Entertainment

ସଫଳ ବ୍ୟକ୍ତିମାନେ ଏହିଭଳି କରନ୍ତି ଦିନର ଆରମ୍ଭ

the indian express
0 40

ସଫଳ ବ୍ୟକ୍ତିମାନେ ମଧ୍ୟ କାମ କରନ୍ତି କିନ୍ତୁ ସେମାନଙ୍କର କାମ କରିବାର ଅନ୍ଦାଜ କିଛି ଭିନ୍ନ ପ୍ରକାରର ହୋଇଥାଏ । ଯଦି ପ୍ରତ୍ୟେକ କାମକୁ ଭିନ୍ନ ପ୍ରକାରର କରାଯାଏ ଅର୍ଥାତ ତାହାର ସଠିକ ସଦୁପଯୋଗ କରାଯାଏ ତେବେ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ । ପ୍ରତିଦିନ ସେହିଭଳି କେତେକ ସଫଳ ବ୍ୟକ୍ତିଙ୍କ ଉଦାହରଣ ମଧ୍ୟ ଦେଖିବାକୁ ମିଳିଥାଏ । ଯଦି ଆପଣ ମଧ୍ୟ ସଫଳ ହେବା ପାଇଁ ଇଛୁକ ତେବେ ଏହି ସବୁ କାର୍ଯ୍ୟ ପ୍ରତି ଧ୍ୟାନ ଦେବା ନିହାତି ଦରକାର ।

• ପ୍ରତିଦିନ ସକାଳେ ଯୋଗ କରିବା ଉଚିତ । ଏହା ଦ୍ୱାରା ପଜିଟିଭ ଶକ୍ତି ମିଳିଥାଏ ଏବଂ ଚିନ୍ତା ମଧ୍ୟ ଦୂର ହୋଇଥାଏ । ସମସ୍ତେ ଜାଣନ୍ତି ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏବଂ ଦିନସାରା ତାଜା ଅନୁଭବ ହୋଇଥାଏ ।

• ଯାଗ ବ୍ୟତୀତ ଖୁସି ରହିବା ପାଇଁ ଲୋକଙ୍କ ସାହାର୍ଯ୍ୟ କରିବା ନିହାତି ଦରକାର । ପ୍ରତିଦିନ ଏଭଳି ୩ ଜଣ ଲୋକଙ୍କୁ ବାଛନ୍ତୁ,ସେମାନଙ୍କୁ ମନେ ରଖନ୍ତୁ ଏବଂ ଖୁସି ରଖିବାକୁ ଚେଷ୍ଟା କରନ୍ତୁ । ଏଭଳି କରିବା ଦ୍ୱାରା ଶରୀରରୁ ଅକ୍ସିଟୋସିନ ଉତ୍ପନ୍ନ ହୁଏ ଏବଂ ରିଲାକ୍ସ ଲାଗେ ।

• ପ୍ରତିଦିନ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ଚିନ୍ତା ବଢିଯାଏ । ଏସବୁରୁ ମୁକ୍ତିି ପାଇବା ପାଇଁ ପ୍ରତିଦିନ ସକାଳ ସମୟରେ ପେପର କିମ୍ବା କୌଣସି ପୁସ୍ତକ ପଢିବାର ଅଭ୍ୟାସ କରନ୍ତୁ । ଏହା ଦ୍ୱାରା ଶକ୍ତି ମିଳିଥାଏ । ଏହା ସହିତ ଅଫିସ ଯିବା ପୂର୍ବରୁ ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଉଚିତ । ଏହା କରିବା ଦ୍ୱାରା ଷ୍ଟ୍ରେସ କମ ହୋଇଥାଏ ।

• ସ୍ୱାସ୍ଥ୍ୟବାନ ହେବାପାଇଁ ଖାଇବା ପୂର୍ବରୁ ୧ ଗ୍ଲାସ ଜଳ ପିଅନ୍ତୁ । ଏହା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରିଯାଏ ଏବଂ ତାଜା ଅନୁଭବ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More