Only for Entertainment

ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଜାଣି ରଖନ୍ତୁ ଏହି ଟିପ୍ସ ।

porcelainfacespa.com
28

ଗ୍ରୀଷ୍ମଦିନ ଆସିଗଲେ ଚିନ୍ତା ମାଡ଼ିବସେ । କାରଣ ବିଭନ୍ନ ସମସ୍ୟା ଦେଖାଦିଏ । ମହିଳା ହୁଅନ୍ତୁ ବା ପୁରୁଷ ସନବର୍ଣ୍ଣରେ ସମସ୍ତେ ପିଡ଼ିତ ହୁଅନ୍ତି । କାରଣ ଏହା ତ୍ୱଚାକୁ ଅସୁନ୍ଦର କରିଦିଏ । ତେବେ ସନବର୍ଣ୍ଣ ନହେବା ପାଇଁ କ’ଣ କରିବା ଉଚିତ ଆସନ୍ତୁ ଆଲୋଚନାକ କରିବା ।

ସନବର୍ଣ୍ଣ ସମସ୍ୟାକୁ ଦୂର କରିବାକୁ ହେଲେ ଦୁଇ ଚାମଚ ଟମାଟର ରସରେ ଗୋଟେ ଚାମଚ ଲେମ୍ବୁ ରସ ଏବଂ ଗୋଟେ ଚାମଚ ଦହି ମିଶାଇ ତ୍ୱଚାରେ ଲଗାନ୍ତୁ । ଅଧଘଂଟା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

 କଞ୍ଚା ଖୀରରେ ସାମାନ୍ୟ ହଳଦୀ ମିଶାଇ ତ୍ୱଚାରେ ଲଗାନ୍ତୁ । ୧୫ ମିନିଟ୍ ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ସନବର୍ଣ୍ଣ ହଟିଯାଏ ।

 ଅମୃତ ଭଣ୍ଡା ଏବଂ ମହୁ ପ୍ରୟୋଗରେ ମଧ୍ୟ ସନବର୍ଣ୍ଣ ସମସ୍ୟାକୁ ଦୂର କରି ପାରିବେ । ସେଥିପାଇଁ କଞ୍ଚା ଅମୃତ ଭଣ୍ଡା ପେଷ୍ଟରେ ଦୁଇ ଚାମଚ ମହୁ ମିଶାଇ ତ୍ୱାଚାରେ ଲଗାନ୍ତୁ । ପେଷ୍ଟଟି ଶୁଖିଗଲା ପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

 ଲେମ୍ବୁ ରସ ମଧ୍ୟ ସନବର୍ଣ୍ଣ ହଟେଇବାରେ ଖୁବ୍ ସହାୟକ ହୋଇଥାଏ । ସେଥିପାଇଁ ଉଷୁମ ପାଣିରେ ଚାରି ଚାମଚ ଏବଂ ସାମାନ୍ୟ ହଳଦୀ ମିଶାଇ ତ୍ୱଚାରେ ଲଗାନ୍ତୁ । ୧୫ ମିନିଟ୍ ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More